ରାଜ୍ୟ

ମନ୍ଦିରର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା – Ibnodisha

[ad_1]

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବରୁଣଗଡିଆ ସ୍ଥିତ ଆଖଣ୍ତଳମଣି ମନ୍ଦିରରୁ ଗତ କାଲି ଲକ୍ଷାଧିକ ଟଙ୍କା ଚୋରି ହୋଇଛି । ଦୁର୍ବୁତ୍ତ ମାନେ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର,୨୦ ହଜାର ଟଙ୍କା ମୂଲ୍ୟର ତମ୍ବା ନାଗ,ଦାନ ଟଙ୍କା,କଂଶା ବାସନ ସହିତ ସମସ୍ତ ସାମଗ୍ରୀ ଚୋରି କରି ନେଇଛନ୍ତି । ଗତକାଲି ସନ୍ଧ୍ୟାରେ ମନ୍ଦିରର ପୂଜକ ଆଳତି ସାରି ତାଲା ପକାଇ ଘରକୁ ଯାଇଥିଲେ,ଆଜି ସକାଳେ ତାଲା ଭାଙ୍ଗି ତଳେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୂଜକଙ୍କୁ ଖବର ଦେବା ସହିତ ପୋଲିସକୁ ଖବର ଦେଇଥିଲେ,ପୋଲିସ ଘଟଣା ସ୍ଥଳରେ ପହିଁଚି ଘଟଣାର ତଦନ୍ତ କରୁଛି ,ଗତବର୍ଷ ଏହି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଥିଲେ ଦୁର୍ବୁତ୍ତ । ତେବେ ବାରମ୍ବାର ଏହି ମନ୍ଦିରରୁ କାହିଁକି ଚୋରି ହେଉଛି ପୋଲିସ ତାର ସଠୁକ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ତ ଦିଆଯାଉ ବୋଲି ସ୍ଥାନୀୟ ଲୋକଙ୍କର ଦାବୀ ରହିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button