ଫସିଗଲେ ଅଭିନେତା ସାହିଲ – Ibnodisha

[ad_1]
ମୁମ୍ବାଇ: ବହୁ ଚର୍ଚ୍ଚିତ ମହାଦେବ ଅନ୍ଲାଇନ୍ ବେଟିଂ ଆପ୍ ମାମଲାରେ ବଲିଉଡ୍ ଅଭିନେତା ସାହିଲ ଖାନ୍ଙ୍କୁ ମୁମ୍ବାଇ ପୁଲିସ୍ର ଏସ୍ଆଇଟି ଟିମ୍ ଆଜି ଗିରଫ କରିଛି । ପ୍ରକାଶ, କିଛି ଦିନ ପୂର୍ବରୁ ଏସ୍ଆଇଟି ତାଙ୍କୁ ଏହି ଘଟଣାରେ ଜେରା କରିଥିଲା । ଲୋଟସ୍ ବୁକ୍ ୨୪/୭ ନାମକ ଏକ ବେଟିଂ ଆପ୍ ୱେବସାଇଟ୍ରେ ଅନ୍ୟତମ ଅଂଶୀଦାର ଭାବେ ସାହିଲ୍ ଖାନ୍ ପୁଞ୍ଜି ନିବେଶ କରିଛନ୍ତି । ତେବେ ଏହି ୱେବସାଇଟ୍ ମହାଦେବ ବେଟିଂ ଆପ ନେଟୱାର୍କର ଏକ ଅଂଶ ବୋଲି ମୁମ୍ବାଇ ପୁଲିସ୍ ତଦନ୍ତ ସମୟରେ ଜାଣିବା ପରେ ସାହିଲ ଖାନ୍, ମୁମ୍ବାଇ ପୁଲିସ୍ର ଟାର୍ଗେଟ୍କୁ ଆସିଯାଇଥିଲେ । ରିପୋର୍ଟ ଅନୁସାରେ ଆଜି ତାଙ୍କୁ ଗିରଫ କରାଯିବାର କିଛି ସମୟ ପୂର୍ବରୁ ତାଙ୍କ ଓକିଲ କୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଜାମିନ୍ ଆବେଦନକୁୂ ଖାରଜ କରିଦେଇଥିଲେ ।
ସୂଚନାଯୋଗ୍ୟ, ମହାଦେବ ବେଟିଂ ଆପ୍ ସାଧାସିଧା ଲୋକଙ୍କୁ ଅଧିକ ରିଟର୍ଣ୍ଣ ଦେବାର ପ୍ରଲୋଭନ ଦେଖାଇ ୧୫,୦୦୦କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ମାଥୁଙ୍ଗା ପୋଲିସ ଏକ ଅଭିଯୋଗ ପଞ୍ଜିକରଣ କରିଛି ଯେଉଁଥିରେ ଭାରତୀୟ ଦଣ୍ଡବିଧି ସଂହିତା, ଜୁଆ ଖେଳ ଆଇନ, ଆଇଟି ଆକ୍ଟ ଏବଂ ଅଧିକ ତଦନ୍ତ ଚାଲିଛି । ଏହି ଘଟଣାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଅନ୍ୟତମ ଅଭିଯୁକ୍ତ ଭାବେ ଜେରା ପ୍ରକ୍ରିୟାର ସାମ୍ନା କରୁଛନ୍ତି । ସାହିଲ ‘ଷ୍ଟାଇଲ’ ଏବଂ ‘ଏକ୍ସକ୍ୟୁଜ ମି’ ଭଳି ଫିଲ୍ମରେ ଅଭିନୟ କରିବା ପରେ ଫିଲ୍ମ ଜଗତ ଛାଡି ଏବେ ସେ ଜଣେ ଫିଟନେସ ଏକ୍ସପର୍ଟ ଭାବେ କାମ କରୁଛନ୍ତି ।
[ad_2]