ଦେଶ

ବ୍ୟାଙ୍କରେ ବଡ ଧରଣର ବିଷ୍ପୋରଣ : ୩ ମୃତ, ୧୨ ଆହତ – Ibnodisha

[ad_1]

ନୂଆଦିଲ୍ଲୀ : ଆଫଗାନସ୍ତାନ କାନ୍ଦାର ସହରରେ ଥିବା ଏକ ଘରୋଇ ବ୍ୟାଙ୍କରେ ବଡ ଧରଣର ବିଷ୍ପୋରଣ ହୋଇଛି । ଗୁରୁବାର ସକାଳେ ଏହି ବଷ୍ଫୋରଣ ଘଟିଛି । ଏଥିରେ ୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏଠାରେ ଥିବା ଏକ ଘରୋଇ ବ୍ୟାଙ୍କରେ ଜଣେ ବ୍ୟକ୍ତି ନିଜକୁ ବୋମାରେ ଉଡାଇ ଦେଇଥିଲେ । ଯାହା ଫଳରେ ଏଭଳି ଭୟାନକ ପରିସ୍ଥିତି ସୃଷ୍ଠି ହୋଇଥିଲା । ତେବେ ସମସ୍ତ ପୀଡିତ ନ୍ୟୁ କାବୁଲ ବ୍ୟାଙ୍କ ଶାଖା କୁ ନିଜର ମାସିକ ଦରମା ସଂଗ୍ରହ କରିବାକୁ ଆସିଥିଲେ । ଏହି ସମୟରେ ହଠାତ ଏକ ବଡ ବିସ୍ଫୋରଣ ହୋଇଥିଲା । ତେବେ ଘଟଣା ବାବଦରେ କୈାଣସି ସୂଚନା ମିଳିନଥିବା ବେଳେ ଘଟଣାର ତଦନ୍ତ କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button