ଦେଶ

ରାଜସ୍ଥାନ : ବସୁନ୍ଧରା ରାଜେଙ୍କ ବଦଳରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛି କି ବିଜେପି ? – Ibnodisha

[ad_1]

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ ୩ ମାସରୁ କମ୍ ସମୟ ବାକି ରହିଛି। ଏପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ତୀବ୍ର ହୋଇଛି। ବିଜେପି ଗୁରୁବାର ରାଜ୍ୟ ନିର୍ବାଚନ ପରିଚାଳନା ଓ ଇସ୍ତାହାର କମିଟି ଗଠନ କରିଛି। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଦଳ କୌଣସି କମିଟିରେ ସ୍ଥାନ ଦେଇନାହିଁ। ଏସବୁ ଭିତରେ ପ୍ରଶ୍ନ ଉଠୁଛି ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ପାଇଁ ଆଉ କିଛି ନାହିଁ କି? ବିଜେପିର ଏହି ନିଷ୍ପତ୍ତିର ଅର୍ଥ କ’ଣ? ପ୍ରଶ୍ନ ଉଠୁଛି ବସୁନ୍ଧରା ରାଜେଙ୍କୁ ବାଦ୍ ଦେଇ ବିଜେପି କେଉଁ ଫର୍ମୁଲାରେ ରାଜସ୍ଥାନ ନିର୍ବାଚନ ଲଢ଼ିବ?

ବସୁନ୍ଧରା ରାଜେଙ୍କୁ ଦୁଇଟି କମିଟିରେ ସ୍ଥାନ ନ ମିଳିବା ପ୍ରସଙ୍ଗ ଉଠିବା ପରେ ବିଜେପି ମଧ୍ୟ ନିଜ ତରଫରୁ ସଫେଇ ଦେଇଛି । ଦଳ କହିଛି ଯେ ରାଜେ ରାଜସ୍ଥାନର ଜଣେ ଜଣାଶୁଣା ନେତା ଏବଂ ଏକ ବଡ଼ ଚେହେରା । ତାଙ୍କ ପାଇଁ ଆଉ ଏକ ଭୂମିକା ରହିଛି। ତେଣୁ ତାଙ୍କୁ ଏଭଳି କମିଟିରେ ସାମିଲ କରିବାର କୌଣସି ଆବଶ୍ୟକତା ନାହିଁ। ସେହିପରି ରାଜସ୍ଥାନ ପୂର୍ବରୁ ବିଜେପି ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ଦଳ ରାଜ୍ୟ ନିର୍ବାଚନ ପରିଚାଳନା କମିଟି ଘୋଷଣା କରିଛି। କିନ୍ତୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ର କମିଟିରେ ବଡ଼ ବଡ଼ ଚେହେରାଙ୍କୁ ସାମିଲ କରାଯାଇଛି। ଏଥିରୁ ମନେ କରାଯାଉଛି ଯେ ଆଗାମୀ ନିର୍ବାଚନରେ ଦଳ ବସୁନ୍ଧରାଙ୍କୁ କଣଠେସା କରିପାରେ । କିମ୍ବା ଏକ ନୂଆ ଚେହେରା ସନ୍ଧାନରେ ରହିଛି ।

 

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button