ଦେଶ

ଚନ୍ଦ୍ରଯାନ-୩ରୁ ଅଲଗା ହେଲା ଲ୍ୟାଣ୍ଡର – Ibnodisha

[ad_1]

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ରୁ ବିକ୍ରମ ଲ୍ୟାଣ୍ଡର ଆଜି ସଫଳତାର ସହ ଅଲଗା ହୋଇଛି ଏବଂ ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଆଶା କରାଯାଉଛି। ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ ଲ୍ୟାଣ୍ଡର ମଡ୍ୟୁଲ (ଏଲ୍‌ଏମ୍‌) ସଫଳତାର ସହ ପ୍ରପଲ୍‌ସନ ମଡ୍ୟୁଲ୍‌ (ପିଏମ୍‌)ଠାରୁ ଅଲଗା ହୋଇଛି। ଆସନ୍ତାକାଲି ଏଲ୍‌ଏମ୍ ସାମାନ୍ୟ ନିମ୍ନତର କକ୍ଷପଥକୁ ଯିବା ସହ ତା’ର ଗତିବେଗ ହ୍ରାସ କରାଯିବ। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ମୂଳଯାନରୁ ଅଲଗା ହେବା ପରେ ଲ୍ୟାଣ୍ଡରର ଗତିବେଗ ହ୍ରାସ କରାଯିବ ଏବଂ ଚନ୍ଦ୍ରପୃଷ୍ଠରୁ ସର୍ବନିମ୍ନ ୩୦ କିମି ଓ ସର୍ବାଧିକ ୧୦୦ କିମି ଦୂରରେ ରହି ଏହା ଅଣ୍ଡାକାର କକ୍ଷପଥରେ ଚନ୍ଦ୍ରର ପରିକ୍ରମଣ କରିବ। ଏହି କକ୍ଷପଥରୁ ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୁନିର୍ବାଚିତ ସ୍ଥାନରେ ଅବତରଣ କରିବ।
ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ରୋଭର ପୃଷ୍ଠଦେଶର ରାସାୟନିକ ସଂରଚନା ତଥା ଜଳର ଉପସ୍ଥିତି ନେଇ ପରୀକ୍ଷାନିରୀକ୍ଷା କରିବ।

ଏହା ଚନ୍ଦ୍ରପୃଷ୍ଠରେ ଗୋଟିଏ ଚନ୍ଦ୍ରଦିବସ ବା ପୃଥିବୀର ୧୪ ଦିନ ପାଇଁ କାମ କରିବ। ଇତିମଧ୍ୟରେ ପ୍ରପଲ୍‌ସନ ମଡ୍ୟୁଲ ଚନ୍ଦ୍ର ଚାରିପଟେ ପରିକ୍ରମା ଅବ୍ୟାହତ ରଖିବ ଏବଂ ପୃଥିବୀର ବାୟୁମଣ୍ଡଳ ଉପରେ ଅନୁଧ୍ୟାନ କରିବ। ଏହା ମଧ୍ୟ ବହିର୍ଗ୍ରହ (ଆମ ସୌରଜଗତ ବାହାରର ଗ୍ରହ)ଗୁଡ଼ିକରେ ମାନବ ବସତିର ଉପଯୁକ୍ତତା ନେଇ ଅନୁଧ୍ୟାନ କରିବ। ଆଗାମୀ ଦିନରେ ଜାପାନ ସହ ମିଳିତ ଭାବେ ଏକ ଚନ୍ଦ୍ର ଅଭିଯାନ ଆରମ୍ଭ କରିବାକୁ ଭାରତ ଜାପାନ ସହ କଥାବାର୍ତ୍ତା କରୁଛି ବୋଲି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button