ଦେଶ

ଡାବର ସାମଗ୍ରୀ ବ୍ୟବହାର କଲେ ହେଉଛି କ୍ୟାନସର – Ibnodisha

[ad_1]

ନୂଆଦିଲ୍ଲୀ: ବିଦେଶରେ ଡାବର କମ୍ପାନୀ ନାଁରେ ସାଂଘାତିକ ଅଭିଯୋଗ । ହେଆଇର ରିଲାକ୍ସର ପ୍ରଡକ୍ଟ(କେଶ ବିନ୍ୟାସ ସାମଗ୍ରୀ) ବ୍ୟବହାର କଲେ ହେଉଛି କ୍ୟାନସର । ଗର୍ଭାସୟ ଓ ମୂତ୍ରାଶୟରେ କ୍ୟାନ୍ସର ହେଉଥିବା ସହ ଅନ୍ୟ ରୋଗ ବି ହେଉଥିବା ଅଭିଯୋଗ କରିଛନ୍ତି ଆମେରିକା ଓ କାନାଡ଼ାର ଗ୍ରାହକ । ଏଥିପାଇଁ ଡାବର କମ୍ପାନୀର କିଛି ଶାଖା କମ୍ପାନୀକୁ ସେଠାରେ ବନ୍ଦ କରିଦିଆଯାଇଛି ବୋଲି ବୁଧବାର ଡାବର ଇଣ୍ଡିଆ ଡାବୁ.ଏନ୍‌ଏସ୍ ସୂଚନା ଦେଇଛି । ଏଥିସହିତ ଦୁଇ ଦେଶରେ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି ।

ଗ୍ରାହକଙ୍କ ଏପରି ଅଭିଯୋଗ ପରେ ଗୁରୁବାର ସକାଳେ କମ୍ପାନୀର ଶେୟାର ୨.୫ ପ୍ରତିଶତ ଖସିଛି । କମ୍ପାନୀ ବିରୋଧରେ ବର୍ତ୍ତମାନ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଅନ୍ୟପଟେ ଡାବର ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି । କମ୍ପାନୀ ବିରୋଧରେ ଲଗାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ବିନା ଗବେଷଣା କରି ଅଭିଯୋଗ କରାଯାଇଛି ବୋଲି କମ୍ପାନୀ କହିଛି ।

କମ୍ପାନୀ ବିରୋଧରେ ଲାଗିଥିବା ଅଭିଯୋଗ ନେଇ କମ୍ପାନୀ କହିଛି ଯେ ଏହାର ସହାୟକ କମ୍ପାନୀ, ନମସ୍ତେ ଲାବୋରେଟୋରୀ, ଡର୍ମୋଭିଭା ସ୍କିନ୍ ଏସେନସିଆଲ୍ସ ଏବଂ ଡାବୁର ଇଣ୍ଟରନ୍ୟାସନାଲ ସମେତ ଅନେକ କମ୍ପାନୀ ବିରୁଦ୍ଧରେ ପ୍ରାୟ ୫,୪୦ ମାମଲା ଇଲିନୋଇସର ଏକ ଆମେରିକୀୟ ଜିଲ୍ଲା କୋର୍ଟରେ ଏକ ମଲ୍ଟି ଡିଷ୍ଟ୍ରିକ୍ଟ ମକଦ୍ଦମା ଭାବରେ ଏକାଠୀ ଅୋବେଦନ କରାଯାଇଛି । ସହାୟକ କମ୍ପାନୀଗୁଡ଼ି ଅଭିଯୋଗକୁ ଖଣ୍ଡନ କରିବା ସହ ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button