ରାଜ୍ୟ

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲା; ଏଏସ୍‌ଆଇ ସତ୍ୟପାଠକୁ ଅଗ୍ରାହ୍ୟ କଲେ ହାଇକୋର୍ଟ – Ibnodisha

[ad_1]

କଟକ: ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ଆଜି ଦାଖଲ ହୋଇଥିବା ସତ୍ୟପାଠକୁ ଅସମ୍ପୂର୍ଣ୍ଣ ଦର୍ଶାଇ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଦୀର୍ଘ ୫ ବର୍ଷ ଧରି ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ ଏଏସ୍‌ଆଇ ଦ୍ୱାରା କରାଯାଉଥିଲେ ବି ତାହା ଏପର୍ଯ୍ୟନ୍ତ ଶେଷ ହେଉନାହିଁ । କାର୍ଯ୍ୟରେ ଅହେତୁକ ବିଳମ୍ବ ହେତୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏଏସ୍‌ଆଇ ପୁରୀ ସର୍କଲ୍‌ର ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ୍ ଡ. ଦିବିଶାଦ ବ୍ରଜସୁନ୍ଦର ଗଡ଼ନାୟକ ଆଜି ଦାଖଲ ସତ୍ୟପାଠକୁ ଫେରସ୍ତ ନେବାକୁ ନିବେଦନ କରିବା ସହ ସାନି ସବିଶେଷ ସତ୍ୟପାଠ ୧୫ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଅଦାଲତଙ୍କ ଅନୁମତି ଲୋଡ଼ିଥିଲେ । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଆଗାମୀ ଶୁଣାଣି ପୂର୍ବରୁ ସାନି ସବିଶେଷ ତଥ୍ୟ ସମ୍ବଳିତ ବିସ୍ତୃତ ସତ୍ୟପାଠ ଦାଖଲ କରିବା ନିମନ୍ତେ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ପରବର୍ତ୍ତି ିର୍ ଶୁଣାଣି ନିମନ୍ତେ ଆସନ୍ତା ନଭେମ୍ବର ୧୫ ତାରିଖକୁ ଧାର୍ଯ୍ୟ ହୋଇଛି । ପ୍ରକାଶ ଯେ, ଗତ ସୋମବାର ମାମଲାର ଶୁଣାଣି ବେଳେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ୨୦୧୭ ମସିହାରୁ ଏଯାଏ ନାଟ ମଣ୍ଡପର ମରାମତି କାର୍ଯ୍ୟ ଶେଷ ହୋଇନଥିବା ଓ କେତେକ ପ୍ରସଙ୍ଗରେ ପ୍ରତିପକ୍ଷ ବାରମ୍ବାର ମହଲତ ନେଉଥିବା ଅଦାଲତ କହିଥିଲେ । ନାଟ ମଣ୍ଡପର ମରାମତି ନେଇ ବାକିଥିବା କାର୍ଯ୍ୟ ସମ୍ପର୍କରେ ଏଏସ୍‌ଆଇ ପୁରୀ ସର୍କଲ୍‌ର ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ୍ ଡ. ଗଡ଼ନାୟକଙ୍କୁ ସବିଶେଷ ତଥ୍ୟ ବିସ୍ତୃତ ଭାବେ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ନାଟମଣ୍ଡପ ମରାମତି ପ୍ରସଙ୍ଗରେ ଆଇଆଇଟି ମାଡ୍ରାସ୍‌କୁ ବୈଷୟିକ ପରାମର୍ଶ ଲୋଡ଼ାଯାଇଥିବା ନେଇ ଅଦାଲତଙ୍କୁ ଅବଗତ କରାଯିବା ସହ ସେଠାରୁ ସବିଶେଷ ପରାମର୍ଶ ଆସିଲେ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟର ଅଗ୍ରଗତି ହେବ ବୋଲି ଦର୍ଶାଯାଇଥିଲା ।

ଏଥିସହ ଆଇଆଇଟି ମାଡ୍ରାସ୍‌ଙ୍କ ନିଷ୍କ୍ରିୟତା ଯୋଗୁ ନାଟମଣ୍ଡପ ମରାମତି କାର୍ଯ୍ୟ ଅଗ୍ରଗତି କରିପାରୁନାହିିଁ ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିର ନାଟ ମଣ୍ଡପ ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ରୁଜୁ ମାମଲାରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ନାଟମଣ୍ଡପର ମରାମତି ତୁରନ୍ତ ଆବଶ୍ୟକ ବୋଲି ଦର୍ଶାଯାଇଥିଲା ।

ମାମଲାର ପ୍ରତିପକ୍ଷମାନେ ନାଟମଣ୍ଡପ ମରାମତି କରିବାରେ ଅତ୍ୟଧିକ ବିଳମ୍ବ କରୁଥିବା ଆବେଦନକାରୀ ଅଭିଯୋଗ କରିଥିଲେ । ଆବେଦନକାରୀ ଶ୍ରୀ ଦାସଙ୍କ ପକ୍ଷରୁୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button