ରାଜ୍ୟ

ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ବିଜେଡି ଡଙ୍ଗା ଖୁବ ଶୀଘ୍ର ବୁଡିଯିବ : ଅଜୟ ନାୟକ – Ibnodisha

[ad_1]

ଭୁବନେଶ୍ୱର : ବିଜୁ ଜନତା ଦଳରେ ଗଣତନ୍ତ୍ର ନାହିଁ । ଅଣଓଡିଆ କର୍ମଚାରୀଙ୍କ କବଜାରେ ବିଜେଡି । ଦୀର୍ଘ ବର୍ଷର କଠିନ ପରିଶ୍ରମ ବଳରେ ବିଜେଡିକୁ ସୁଦୃଢ କରିଥିବା ପୁରୁଣା ନେତା ଓ କର୍ମୀଙ୍କୁ ଅଣଦେଖା କରାଯାଇ ଆମଦାନି ହୋଇଥିବା ନେତାଙ୍କୁ ଅଗ୍ରାଧିକାର ଦିଆଯାଉଛି । କର୍ପୋରେଟ ହାଉସରେ ପରିଣତ ହୋଇଛି ବିଜେଡି । ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ବିଜେଡି ଡଙ୍ଗା ଖୁବ ଶୀଘ୍ର ବୁଡିଯିବ । ଅନ୍ୟ ପଟେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟି ଏବଂ ଭାରତବର୍ଷକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବାର ସଂକଳ୍ପ ମୋତେ ପ୍ରଭାବିତ କରିଛି ।

ବିକଶିତ ଓଡିଶା ଗଠନ ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ । ବିଜେଡି ସହ ଦୀର୍ଘ ବର୍ଷର ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ବିଜେପିରେ ଯୋଗ ଦେଲି ବୋଲି ବିଜେଡି ରାଜ୍ୟ ସଂପାଦକ ତଥା ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ଶ୍ରୀ ଅଜୟ ନାୟକ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ନାୟକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ତଥା ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ରାଜ୍ୟ ସଂପାଦକ ସରୋଜ କର, ଧାମନଗର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button