ରାଜ୍ୟ

୪୦ ଡିଗ୍ରି ଉପରେ ୭ ସହର, ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୫ ଡିଗ୍ରି – Ibnodisha

[ad_1]

ଭୁବନେଶ୍ବର : ପ୍ରବଳ ଖରାରେ ସାରା ଓଡ଼ିଶା ଜଳୁଛି। ସକାଳ ୭ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହେଉଛି। ଅପରାହ୍ଣ ଯାଏଁ ଏହା ଜାରି ରହୁଛି। ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଗାଁଠୁ ସହର ପର୍ଯ୍ୟନ୍ତ ରାସ୍ତାଘାଟ ଶୂନ୍‌ଶାନ୍‌ ରହୁଛି। ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୫ ଡିଗ୍ରି ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦିନ ୨ଟା ୩୦ରେ ଉଭୟ ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୪୩ ଡିଗ୍ରି ଅନୁଭୂତ ହୋଇଛି। ସେହିପରି ରାଉରକେଲାରେ ୪୨, କେନ୍ଦୁଝରରେ୪୧.୮, ଚାନ୍ଦବାଲିରେ ୪୧.୬, ଭୁବନେଶ୍ୱରରେ ୪୦.୫, ବାଲେଶ୍ୱରରେ ୩୯.୬, ପୁରୀରେ ୩୪.୪, ଗୋପାଳପୁରରେ ୩୩.୬ ଓ ପାରାଦ୍ୱୀପ ତାପମାତ୍ରାରେ ୩୩.୯ ଡିଗ୍ରି ରେକର୍ଡ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button