ରାଜ୍ୟ

ଜିଲ୍ଲାସ୍ତରୀୟ ବାଳକ-ବାଳିକାଙ୍କ କ୍ରିକେଟ୍‌ ଓ ଫୁଟବଲ ପ୍ରତିଯୋଗିତା – Ibnodisha

[ad_1]

ଖୋର୍ଦ୍ଧା: ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଗତ ଦୁଇ ଦିନ ଧରି ଚାଲିଥିବା ବିଦ୍ୟାଳୟସ୍ତରୀୟ ବାଳକ-ବାଳିକାଙ୍କ କ୍ରିକେଟ୍‌ ଓ ଫୁଟବଲ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି।

ଏହି ପ୍ରତିଯୋଗିତା ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ୨୬ ଓ ୨୭ ତାରିଖ, ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହାର ଉଦ୍‌ଘାଟନୀ, ଉଦ୍‌ଯାପନୀ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଅଧ୍ୟକ୍ଷତା କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ଶାରୀରିକ ଶିକ୍ଷା କ୍ରୀଡ଼ା ଅଧିକାରୀ ପଠାଣୀ ଆଗ୍ରାସିଂହ ଅତିଥି ଭାବେ ଯୋଗ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ତରାଇ, ଡ ନିରଞ୍ଜନ ମହାନ୍ତି, ବିବେକାନନ୍ଦ ବେହେରା, କାଳିଚରଣ ମୁଖି ଯୋଗ ଦେଇଥିଲେ। ପ୍ରତିବ୍ଲକରୁ ଯୋଗ ଦେଇଥିବା ଟିମ୍‌ରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ନିମନ୍ତେ ୧୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ  ଚୟନ କରାଯାଇଥିଲା। ବି​ଜେବି ଉଚ୍ଚ ବିଦ୍ୟାଳୟର ଓମ୍‌ ଶୁଭମ୍‌ ପ୍ରଧାନ କ୍ରିକେଟ୍‌ ଓ ଫୁଟବଲ୍‌ରେ ସେକ୍‌ ଆବାସ ୱାହିଦ ରାଜ୍ୟସ୍ତରକୁ ମନୋନୀତ ହେବା ସହ ପୁରସ୍କୃତ ହୋଇଥିଲେ।  ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ସମ୍ପାଦକମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button