ରାଜ୍ୟ

ବାର୍‌ହା ମାଂସ ସହ ବାଇକ୍‌ ଜବତ, ଜଣେ ଗିରଫ – Ibnodisha

[ad_1]

ଦେଓଗାଁ: ବେଆଇନ ଭାବେ ଚାଲାଣ ହେଉଥିବା ୨୧ କେଜି ବାର୍‌ହା ମାଂସ ସହ ବାଇକ୍‌ ଜବତ କରି ଜଣକୁ ଗିରଫ କରିଛି ଦେଇଗାଁ ବନ ବିଭାଗ। ଗିରଫ ଅଭିଯୁକ୍ତ ଜଣକ କଳାହାଣ୍ଡି ଜିଲ୍ଲା ମୋହନଗିରି ଥାନା କୁତୁରାପଲା ଗାଁର ଜଗଦୀଶ ପାତ୍ର ବୋଲି ଜଣାପଡ଼ିଛି।
ସୂଚନ‌ା ଅନୁସାରେ, ଦେଓଗାଁ ବନାଞ୍ଚଳ ଅନ୍ତର୍ଗତ ଦେଓଗାଁ ଫରେଷ୍ଟ ସେକ୍ସନର ଅରଡ଼ା-କୁଠୁରଲା ରାସ୍ତାରେ ଏକ ବାଇକ୍‌ ଯୋଗେ ବାର୍‌ହା ମାଂସ ଚାଲାଣ ହେଉଥିବା ସୂଚନା ପାଇ ବନ କର୍ମଚାରୀମାନେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ୨୧ କେଜି ବାର୍‌ହା ମାଂସ ସହ ବାଇକ୍‌ ଜବତ କରି ଜଗଦୀଶକୁ ଗିରଫ କରିଥିଲେ। ପରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲେ। ଏହି ଚଢ଼ଉରେ କୁଡ଼ାସିଂହା ଫରେଷ୍ଟର ବିଘ୍ନରାଜ ପୋଢ଼ଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button