ଖେଳ

ବାପା ହେଲେ ଜସପ୍ରୀତ ବୁମରା, ଶିଶୁପୁତ୍ରକୁ ଜନ୍ମ ଦେଲେ ପତ୍ନୀ ସଞ୍ଜନା – Ibnodisha

[ad_1]

ବ୍ୟୁରୋ : ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମରା ବାପା ହୋଇଛନ୍ତି । ବୁମରାଙ୍କ ପତ୍ନୀ ସଞ୍ଜନା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଶ୍ରୀଲଙ୍କାରୁ ଏସିଆ କପ୍‌ ଛାଡି ମୁମ୍ବାଇ ଫେରିଥିଲେ ବୁମରା । ପୁତ୍ର ଜନ୍ମ ହେବା ନେଇ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି ବୁମରା ।ଫଟୋ ସେୟାର କରି ବୁମରା ଲେଖିଛନ୍ତି, ‘ଛୋଟ ପରିବାର ବଡ ହୋଇଯାଇଛି ’ । ଆଜି ସକାଳେ ଅଙ୍ଗଦ ଜସପ୍ରୀତ ବୁମରା ଜନ୍ମ ନେଇଛି । ଆମେ ବହୁତ ଖୁସି । ଆମ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ।ଆଜି ଏସିଆ କପ୍‌ରେ ଭାରତ ଓ ନେପାଳ ମୁହାଁମୁହିଁ ହେବେ । ସୁପର ୪ରେ ପ୍ରବେଶ କରିବା ପାଇଁ ଆଜି ଭାରତକୁ ମ୍ୟାଚ୍‌ ଜିତିବାକୁ ହେବ । ଏପରି ସ୍ଥଳେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ଏସିଆ କପ୍‌ ଛାଡି ମୁମ୍ବାଇ ଫେରିଆସିଥିଲେ । ୩ ଦିନ ପାଇଁ ବୁମରା ମୁମ୍ବାଇ ଫେରିଛନ୍ତି । ବୁମରାଙ୍କ ପତ୍ନୀ ସଞ୍ଜନା ଗର୍ଭବତୀ ରହିଥିଲେ । ତେଣୁ ଏସିଆ କପରୁ ନେପାଳ ବିପକ୍ଷ ମ୍ୟାଚ୍‌ ଛାଡି ବୁମରା ମୁମ୍ବାଇ ପତ୍ନୀଙ୍କ ପାଖକୁ ଫେରିଆସିଥିଲେ । ୩ ଦିନ ମୁମ୍ବାଇରେ ରହିବା ପରେ ପୁଣି ବୁମରା ଏସିଆ କପ୍‌ ସୁପର-୪ ମ୍ୟାଚ୍‌ରେ ଉପଲବ୍ଧ ରହିବେ ।ବୁମରା ୨୦୧୯ରେ ସଞ୍ଜନାଙ୍କ ସହିତ ଦେଖାହୋଇଥିଲେ । ଏହା ପରେ ୨୦୨୧ ମାର୍ଚ୍ଚ ୧୫ ତାରିଖରେ ବୁମରା ଏବଂ ସଞ୍ଜନାଙ୍କ ବିବାହ ହୋଇଥିଲା ।ଆହତଜନିତ ସମସ୍ୟା ପରେ ବୁମରା ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ଦଳକୁ ଫେରିଥିଲେ । ଏହି ସିରିଜରେ ବୁମରା ଟିର ଅଧିନାୟକ ରହିଥିଲେ । ଆହତଜିନତ କାରଣରୁ ଆଇପିଏଲ ୨୦୨୩ର ଖେଳିନଥିଲେ ବୁମରା । ଏସିଆ କପରେ ବୁମରାଙ୍କ କମ୍‌ବ୍ୟାକ୍‌ ନେଇ ତାଙ୍କ ଫ୍ୟାନ୍ସ ବେଶ ଉତ୍ସାହିତ ରହିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button