ଶିକ୍ଷାନୁଷ୍ଠାନରେ ନିଶା ବ୍ୟାନ୍ – Ibnodisha

[ad_1]
ଭୁବନେଶ୍ୱର: କ୍ୟାଂପସ୍ ନିଶାଡ଼ିଙ୍କ ଉପରେ ଲାଗିବ କଟକଣା । ଛାତ୍ର ତ ଛାତ୍ର, ଅଧ୍ୟାପକ ବି ନିଶା ସେବନ କରିପାରିବେ ନାହିଁ । ହାତ କାଟି ଲେଖିଦେବେ ଯେ, କ୍ୟାଂପସକୁ କୌଣସି ନିଶା ସେବନ କରି ଆସିବେନି କି ନିଶା କାରବାରରେ ଲିପ୍ତ ରହିବେନି । ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ରହିଥିବାବେଳେ ଏବେ ଅଧ୍ୟାପକଙ୍କ ପାଇଁ ଏହି ନିୟମ ଆଣିବାକୁ ସୁପାରିଶ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି ।
ଖାଲି ଛାତ୍ରଛାତ୍ରୀ ନୁହେଁ । ଏଣିକି ଅଧ୍ୟାପକ ଓ କର୍ମଚାରୀ ବି ଦେବେ ଆଣ୍ଟି ଡ୍ରଗ୍ ଘୋଷଣାନାମା । କ୍ୟାମ୍ପସ ହେବ ନିଶାମୁକ୍ତ । ପାନ ଗୁଟଖା ଉପରେ ଲାଗିବ ରୋକ୍ । ନିଶାଶକ୍ତ ଅଧ୍ୟାପକ ହେବେ ସାବାଡ୍ । ଏନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛି । ବିଧାନସଭାରେ ବସିଥିବା ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି ।
ଉଦ୍ଦେଶ୍ୟ ହେଲା କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଭାବେ ନିଶାମୁକ୍ତ କରିବା। ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯିବ । ନିଶାମୁକ୍ତ ଅଭିଯାନରେ ସମସ୍ତ ଅଂଶୀଦାରଙ୍କୁ ସାମିଲ୍ କରି କ୍ୟାମ୍ପେନ୍କୁ ସଫଳ କରିବା ଲାଗି ଷ୍ଟାଣ୍ଡିଂ କମିଟି ଏହି ସୁପାରିଶ କରିଛି ।
[ad_2]




