ରାଜ୍ୟ

ବଜ୍ରକାପ୍ତା ଉଦ୍ଧାର : ୨ ଗିରଫ – Ibnodisha

[ad_1]

ଭୁବନେଶ୍ବର: ବଜ୍ରକାପ୍ତା ଚୋରା ଚାଲାଣକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଟିମ୍ ପଣ୍ଡ କରିଛି। ରୢାକେଟ୍‌ର ଦୁଇ ଜନ୍ତୁ ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଭୋଇପାଲି ଅଞ୍ଚଳର ଇଚ୍ଛାଧର ନାଏକ ଓ ରମେଶ ଚନ୍ଦ୍ର ପାଣ୍ଡେ। ସେମାନଙ୍କଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଗୋଟିଏ କାର ଜବତ କରାଯାଇଛି। ଯାହାର ଓଜନ ୧୦କେଜିରୁ ଅଧିକ ହେବ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଦୀର୍ଘଦିନ ହେବ ଇଚ୍ଛାଧର, ରମେଶ ଓ ସେମାନଙ୍କ ସହଯୋଗୀ ମିଶି ବାମରା ଜଙ୍ଗଲ ଅଞ୍ଚଳରୁ ବନ୍ୟଜନ୍ତୁ ଶିକାର କରି ଛାଲ, ନଖ, ଦାନ୍ତ ଚାଲାଣ କରିନ୍ତି। ଏସ୍‌ଟିଏଫ୍ ଟିମ୍ ହାତରେ ଖବର ଲାଗିବା ପରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ସେମାନେ ମଙ୍ଗଳବାର ରାତିରେ ଏକ ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ କରୁଥିବା ଏସ୍‌ଟିଏଫ୍ ଟିମ୍ ବିଶେଷସୂତ୍ରରୁ ଜାଣିବାକୁ ପାଇଥିଲା। କାଳେ ସେମାନେ ଖସି‌ଯିବେ ସେଥିପାଇଁ ଏସ୍‌ଟିଏଫ ତୁରନ୍ତ ସମ୍ବଲପୁର ପୁଲିସ ଓ ବାମରା ଫରେଷ୍ଟ ଡିଭିଜନ ସହ ଯୋଗାଯୋଗ କରିଥିଲା। ଆଉ ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍‌। ସମ୍ବଲପୁର ପୁଲିସ ଓ ବାମରା ବନ୍ୟ କର୍ମଚାରୀଙ୍କ ଦୁଇଟି ଟିମ୍ ଜନ୍ତୁ ମାଫିଆଙ୍କୁ ଠାବ ପାଇଁ ଲାଗିପଡ଼ିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button