ଦେଶ

ଉତ୍ତରାଖଣ୍ଡ: ରୁର୍କିର ଏକ ଇଟାଭାଟିରେ ଭୁଶୁଡ଼ିଲା କାନ୍ଥ, ୫ ମୃତ – Ibnodisha

[ad_1]

 ରୁର୍କି: ଉତ୍ତରାଖଣ୍ଡର ରୁର୍କିରେ ଏକ ଇଟାଭାଟିରେ ଭୁଶୁଡ଼ିଲା କାନ୍ଥ, ୫ ମୃତ । ରୁର୍କିର ମଙ୍ଗଲୌର ଅଂଚଳର ଲାହବୋଲି ଗାଁରେ ଥିବା ଏକ ଇଟାଭାଟିର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି, କାରଣ ଆହୁରି କେତେକ ଶ୍ରମିକ ଭାଙ୍ଗିଥିବା କାନ୍ଥତଳେ ଚାପି ହୋଇ ରହିଥିବା ଜଣାଯାଇଛି ।ପୁଲିସର ସୂଚନା ଅନୁଯାୟୀ, ଲାହବୋଲି ଗାଁର ଏକ ଇଟାଭାଟିରେ କାମ କରୁଥିବା ଶ୍ରମିକମାନେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ପୋତି ହୋଇଯାଇଥିଲେ। ଧ୍ବଂସସ୍ତୁପ ତଳ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଦୁର୍ଘଟଣା ସମୟରେ ଶ୍ରମିକ ଜଣକ ଇଟାଭାଟିରେ ଇଟା ଭର୍ତ୍ତି କରି ପୋଡ଼ୁଥିଲେ। ଏହି ସମୟରେ ଭାଟିର କାନ୍ଥ ଭୁଶୁଡ଼ି ପଡ଼ିବା ସହ ସେଠାରେ କାମ କରୁଥିବା ଶ୍ରମିକମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ବର୍ତ୍ତମାନ ଜେସିବିରୁ ଆବର୍ଜନା ହଟାଇବା ସହ ପୋତି ହୋଇଥିବା ଲୋକଙ୍କୁ ବାହାର କରାଯାଉଛି। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଛନ୍ତି। ଘଟଣାସ୍ଥଳରେ ମେଡିକାଲ ବିଭାଗର ଏକ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା କିଛି ଆହତଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button