ଦେଶ

‌୧୨ବର୍ଷର ବାଳକ ପିନ୍ଧିଥିବା ଲାଲସାର୍ଟ ଦେଖାଇ ବଞ୍ଚାଇଦେଲା ଅନେକ ‌ରେଳଯାତ୍ରୀଙ୍କ ଜୀବନ – Ibnodisha

[ad_1]

ନୂଆଦିଲ୍ଲୀ: ରେଳ ଦୁର୍ଘଟଣାକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। କିଛିଦିନ ତଳେ ଓଡ଼ିଶାର ବାଲେଶ୍ବର ଜିଲ୍ଲାର ବାହାନାଗା ଠାରେ ‌ହୋଇଥିବା ଟ୍ରେନ ଦୁର୍ଘଟଣାକୁ ନେଇ ପୂରା ଦେଶ ସ୍ତବ୍ଧ ହୋଇଯାଇଥିଲା। ଆଜି ପର୍ଯ୍ୟନ୍ତ ବି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା କିଛି ଯାତ୍ରୀଙ୍କ ମୃତଶରୀର ହସ୍ପିଟାଲରେ ପଡ଼ି ରହିଛି ବୋଲି ଖବର ପ୍ରକାଶ ପାଇଥିଲା।

ନିକଟରେ ଜଣେ ଛୋଟ ବାଳକ ହେତୁ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବାର ଅନେକ ସମ୍ଭାବନା ଥିବା ବେଳେ ତାହା ଅଟକି ଯାଇଛି ବୋଲି କୁହାଯାଉଛି। ଏତଦ ଦ୍ବାରା ଅନେକ ଯାତ୍ରୀଙ୍କ ଜୀବନ ବି ରକ୍ଷା ପାଇଯାଇଛି।

ଉତ୍ତରପୂର୍ବ ସୀମାନ୍ତ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସବ୍ୟସାଚୀ ଡେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମାଲଦାର ୧୨ବର୍ଷର ବାଳକ ମୁରସଲିନ ଶେଖ ରେଳ ଧାରଣା ପାଖ ଦେଇ ଯାଉଥିବା ବେଳେ ସେ ସେଠାରେ ଏକ ଗର୍ତ୍ତ ଥିବା ଦେଖିବାକୁ ପାଇଥିଲା। ଏହାର କିଛି ସମୟ ପରେ ଉକ୍ତ ଧାରଣାରେ ସେ ଟ୍ରେନ ଆସୁଥିବା ଦେଖି ଚିନ୍ତାରେ ପଡ଼ିଯାଇଥିଲା।

କେମିତି ଟ୍ରେନ ଅଟକାଇବ କିଛି ବୁଝି ପାରି ନଥିଲା। ଏହାପରେ ଛୋଟ ବାଳକ ହେଲ ବି ଉପସ୍ଥିତ ବୁଦ୍ଧି ଖଟାଇ ଲାଲ ରଙ୍ଗର କୌଣସି ସାମଗ୍ରୀ ଦେଖିଲେ ଟ୍ରେନ ନିଶ୍ଚୟ ଅଟକିବ ବୋଲି ପୂର୍ବରୁ ଶୁଣିଥିବାରୁ ସେ ପିନ୍ଧିଥିବା ଲାଲ ରଙ୍ଗର ପୋଷାକ ଖୋଲି ଧାରଣାରେ ଛିଡ଼ା ହୋଇ ଯାଇଥିଲା।

ଆଉ ତାର ପୋଷାକକୁ ପତାକା ଭଳି ଉଡ଼ାଇ ଉଡ଼ାଇ ଚିତ୍କାର କରୁଥାଏ,‘‘ ରହିଯାଅ ରହିଯାଅ ଆଗକୁ ବିପଦ ଅଛି….’’। ଆଉ ସାମ୍ନାରେ ଲାଲ ରଙ୍ଗ ଦେଖି ଲୋକୋପାଇଲଟ ବି ଟ୍ରେନ ଅଟକାଇ ଦେଇଥିଲେ। ତେବେ ଧାରଣାରେ ସୃଷ୍ଟି ହୋଇଥିବା ଏହି ଗର୍ତ୍ତ ବର୍ଷା ହେତୁ ମାଟି ଓ ପଥର ‌ଧୋଇ ହୋଇଯିବା ହେତୁ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଥିଲା। ଏହି ତ୍ରୁଟିର ସମାଧାନ ପରେ ପୁଣି ଟ୍ରେନ ଉକ୍ତ ଧାରଣାରେ ଗଡ଼ି ଲକ୍ଷ୍ୟସ୍ଥଳକୁ ଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button