ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ୫ ମୃତ, ୪ ଆହତ – Ibnodisha

[ad_1]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଏକ ଏଲ୍ପିଜି ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟାଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦.୩୦ଟା ବେଳେ ଏପରି ଅଘଟଣା ଘଟିଥିବା ସୂଚନା ରହିଛି। ଲକ୍ଷ୍ନୌର କାକୋରି ଅଞ୍ଚଳରେ ଥିବା କଂସାବାସନ କାରିଗରଙ୍କ ଘରେ ଏହି ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ବିସ୍ଫୋରଣରେ ଗୁରୁତର ହୋଇଥିବା ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, କାକୋରିରେ ଏକ ଘରେ ସର୍ଟ ସର୍କିଟ ଯୋଗୁଁ ଦୁଇଟି ସିଲିଣ୍ଡର ବିସ୍ଫୋରଣ ହୋଇ ମୋଟ ନଅ ଜଣ ଆହତ ହୋଇଥିଲେ। ଏହା ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନି ପିଲା ମଧ୍ୟ ଅଛନ୍ତି। ସେପଟେ ବାକି ଚାରି ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିସ୍ଫୋରଣରେ କାରିଗର ମୁଶିର ଅଲ୍ଲୀ, ତାଙ୍କ ପତ୍ନୀ ହୁସ୍ନା ବାନୋ, ନାବାଳକ ଝିଆରୀ ହୁମା, ହିବା ଓ ଝିଆରୀ ରାଇୟାଙ୍କ ମୃତ୍ୟୁ ଘଟିଥିବା ବେଳେ ମୁଶିରଙ୍କ ଦୁଇ ଝିଅ, ଜଣେ ଝିଆରୀ ଓ ଭିଣୋଇ ଅଜମତ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୀଷଣ ଥିଲାଯେ ପୂରା ଘର ଭୁଶୁଡ଼ି ନିଆଁ ଲାଗିଯାଇଥିଲା।
[ad_2]