ରାଜ୍ୟ
ସଡ଼କ ଦୁର୍ଘଟଣା : ୪ ଆହତ – Ibnodisha

[ad_1]
କଟକ : କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଗୋଲେଇ ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ଯାତ୍ରୀବାହୀ ବସ୍ ପଛପଟୁ ଧକ୍କା ଦେବାରୁ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଯାତ୍ରୀବାହୀ ବସ୍ଟି ୪୦ ଜଣ ଯାତ୍ରୀଙ୍କୁ ନେଇ କଟକରୁ ନରସିଂହପୁର ଅଭିମୁଖେ ଯାଉଥିଲା। ଗୋଲେଇ ଛକ ନିକଟରେ ବସ୍ଟି ଏକ ହାଇୱାକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଥିଲେ।ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ବସକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ହାଇୱା ଡ୍ରାଇଭରର କିଛି ହୋଇନାହିଁ।
[ad_2]