ଦେଶ

ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ – Ibnodisha

[ad_1]

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରୁଟ୍‌ ବା ପାଣି ତଳ ମାର୍ଗର ଉଦଘାଟନ କରିଛନ୍ତି, ଯାହାକି ଭିତ୍ତିଭୂମି ବିକାଶ ଦିଗରେ ଦେଶର ପଦକ୍ଷେପକୁ ଦର୍ଶାଉଛି। ମୋଦୀ ୧୫,୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ସଂଯୋଗୀକରଣ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ଏହାରି ସାଥେ ସାଥେ ସହେ ବର୍ଷ ତଳର ସ୍ବପ୍ନ ପୂରଣ ହୋଇଛି। ପାଣି ତଳେ କ୍ଷୀପ୍ର ବେଗରେ ଦୌଡ଼ିଛି ମେଟ୍ରୋ ରେଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗଠାରେ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି। ସବୁଜ ପତାକା ଦେଖାଇ ମୋଦୀ ଏହି ଅଣ୍ଡରୱାଟର ମେଟ୍ରୋକୁ ଉଦଘାଟନ କରିଛନ୍ତି।ସହରୀ ଗତିଶୀଳତା ଓ ସଯୋଂଗୀକରଣ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଣ୍ଟ ହେବ ବୋଲି ବିଶ୍ବାସ କରାଯାଉଛି। ଏହି ମେଟ୍ରୋ ସେବା ହାୱଡ଼ା ଏବଂ ସଲ୍ଟ ଲେକ୍- ପଶ୍ଚିମବଙ୍ଗ ରାଜ୍ୟ ରାଜଧାନୀର ଟ୍ବିନ୍‌ ସିଟିକୁ ସଂଯୋଗ କରିବ। ଗ୍ରୀନ ଲାଇନରେ ଆସୁଥିବା ଏହି ଅଣ୍ଡର ୱାଟର ମେଟ୍ରୋ ଟନେଲର ଲମ୍ବ ପ୍ରାୟ ୧୬ କିଲୋମିଟର । ଏହି ଟନେଲ ଭୁପୃଷ୍ଠରୁ ପ୍ରାୟ ୧୨୦ଫୁଟ ତଳେ ରହିଛି । ଏହି ପ୍ରକଳ୍ପ ଲୋକାର୍ପଣ ପରେ ହାୱଡା ମେଟ୍ରୋ ଷ୍ଟେସନ ଦେଶର ପ୍ରଥମ ଏବଂ ଗଭୀରତମ ମେଟ୍ରୋ ଷ୍ଟେସନ ପାଲଟିଛି । ଅଣ୍ଡରୱାଟର ମେଟ୍ରୋ ଟ୍ରେନର ଉଦଘାଟନ ପରେ ଏହି ମେଟ୍ରୋରେ ବସି ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button