ରାଜ୍ୟ

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରୀ – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟର ସରକାରୀ ମେଡିକାଲ୍ କଲେଜ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ୍ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ୨ ବର୍ଷର ବଣ୍ଡ୍ ଅବଧି ପୂରଣ ନକଲେ ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ । ମିଳିଥିବା ଷ୍ଟାଇପେଣ୍ଡ କିମ୍ବା ଦରମାର ଦୁଇଗୁଣା ଜରିମାନା ଦେବାକୁ ହେବ ।

ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଛି । ମାତ୍ର ସରକାରୀ ଅର୍ଥରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ଅନିଚ୍ଛୁକ ହେଉଛନ୍ତି । ତେଣୁ ଏହି ଡାକ୍ତରମାନେ କିଭଳି ସେବା ଯୋଗାଇବେ, ସେଥିପାଇଁ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯାଇଛି । ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଅଇନ ଅନୁଯାୟୀ, ପଞ୍ଜିକୃତ ଘରୋଇ ସ୍ୱାସ୍ଥ୍ୟନୁଷ୍ଠାନଗୁଡ଼ିକ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ସତ୍ୟପାଠ ବିନା ସଂପୃକ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ମନା କରାଯାଇଛି ।

ଯେଉଁ ଛାତ୍ରଛାତ୍ରୀ ପାଠ୍ୟକ୍ରମ ଶେଷ ହେବାପୂର୍ବରୁ ପାଠ ଛାଡ଼ିବେ ସେମାନଙ୍କୁ ୧୦ଲକ୍ଷ ଟଙ୍କା କିମ୍ବା ଷ୍ଟାଇପେଣ୍ଡ ବା ଦରମା ଆକାରରେ ମିଳିଥିବା ଅର୍ଥ ଦେବାକୁ ପଡ଼ିବ । ଯଦି ଜରିମାନା ଅର୍ଥ ପ୍ରଦାନ ନ କରନ୍ତି, ତାହେଲେ ଓଡ଼ିଶା ପବ୍ଲିକ୍ ଡିମାଣ୍ଡ ରିକଭରି ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି , ଡାକ୍ତରଙ୍କ ପ୍ରତି ରାଜ୍ୟ ସରକାରଙ୍କ କଠୋର ମନୋଭାବ ନାହିଁ । ଦୁଇ ବର୍ଷ ବଣ୍ଡ୍ ଆଗରୁ ଥିଲା । ଅନ୍ୟ ରାଜ୍ୟରେ ଏହା ୧୦ ବର୍ଷ ଯାଏ ଅଛି । ଖୁବ୍‌ଶୀଘ୍ର ଘରୋଇ ମେଡିକାଲ କଲେଜ ପାଇଁ ବି ଏହି ନିୟମ ଲାଗୁ ହେବ । ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ବୋଲି ଡିଏମ୍‌ଇଟି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button