ଦେଶ

ରାଜ୍ୟସଭା ଯାଇପାରନ୍ତି ପ୍ରିୟଙ୍କା ଗାନ୍ଧୀ – Ibnodisha

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଏବେ ଏକ ନୂଆ ରଣନୀତି ଆପଣାଉଥିବା ଦେଖିବାକୁ ମିଳୁଛି । ରିପୋର୍ଟ ଅନୁସାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ରହିସାରିଥିବା ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଏଥର ଲୋକସଭା ବଦଳରେ ରାଜ୍ୟସଭାରୁ ସାଂସଦ କରିବାକୁ ଯୋଜନା କରୁଛି । ହିମାଚଳପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ ଏସମ୍ପର୍କରେ ଦେଇଥିବା ସୂଚନାନୁସାରେ ହିମାଚଳପ୍ରଦେଶର ରାଜ୍ୟସଭା କୋଟା ଆଧାରରେ ସମ୍ପ୍ରତି ଜେପି ନଡ୍ଡା ଏଠାରୁ ରାଜ୍ୟସଭା ସାଂସଦ ଅଛନ୍ତି ।

କିନ୍ତୁ ଆଗାମୀ ଦିନରେ ଅର୍ଥାତ୍ ଏପ୍ରିଲ୍ ୨ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ ଏବଂ ଏଠାରୁ ରାଜ୍ୟସଭା ଆସନ ଖାଲି ହେବ ।
ସଂଖ୍ୟାଗଣିତ ଅନୁସାରେ ଏଥର କଂଗ୍ରେସ ଏଠାରୁ ନିଜ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ୬୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୪୦ ବିଧାୟକ ଅଛନ୍ତି । ସୁତରାଂ ଏହି ଆସନରୁ ରାଜ୍ୟସଭା ଲାଗି କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ । ତେବେ ଏହି ଖାଲି ଆସନ ପାଇଁ ସୋନିଆ କିମ୍ବା ପ୍ରିିୟଙ୍କା ଗାନ୍ଧୀଙ୍କୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯିବ । ଯଦି ସେମାନେ ଚାହିଁବେ ତେବେ ସୋନିଆ କିମ୍ବା ପ୍ରିୟଙ୍କାଙ୍କ ମଧ୍ୟରୁ ଜଣେ ଏଠାରୁ ରାଜ୍ୟସଭା ଆସନ ପାଇପାରିବେ ।

ସୂଚନାଯୋଗ୍ୟ, ୨୦୧୯ରେ ଉତ୍ତରପ୍ରଦେଶର ରାଏବରେଲୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ରାଏବରେଲୀ କଂଗ୍ରେସର ଗଡ଼ ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଆସିଛି । ଅନ୍ୟପକ୍ଷେ ପ୍ରିୟଙ୍କା କିନ୍ତୁ ଏପର୍ଯ୍ୟନ୍ତ ସଂସଦୀୟ ଅଧିକାର ପାଇପାରିନାହାନ୍ତି । ସୁତରାଂ ହିମାଚଳରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରିୟଙ୍କାଙ୍କ ନାମ ପ୍ରସ୍ତାବିତ ହେବାର ସମ୍ଭାବନା ଅଧିକ ରହିଛି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button