ଦେଶ

ଲଜ୍ଜା, ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ – Ibnodisha

[ad_1]

ରାଞ୍ଚି: ଝାଡଖଣ୍ଡରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ପେନ ପର୍ଯ୍ୟଟକ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାତିରେ ଏକ ଟେଣ୍ଟ ତଳେ ଶୋଇଥିବା ବେଳେ କିଛି ଯୁବକ ଦୁଷ୍କର୍ମ କରିଥିବା ନେଇ ମହିଳା ପର୍ଯ୍ୟଟକ ଅଭିଯୋଗ କରିଛନ୍ତି । ଝାଡାଖଣ୍ଡର ଡୁମକା ଜିଲ୍ଲାରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଆଜି ଭୋର ସମୟରେ ଏହି ଅଭାବନୀୟ କାଣ୍ଡ ହୋଇଥିବା ବେଳେ ଅଭିଯୋଗ ଅନୁସାରେ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି । ଏନେଇ ପୋଲିସ ପକ୍ଷରୁ କୁହାଯାଇଛି, ଏହି ଘଟଣା ହଂସଦିଆ ଥାନା କ୍ଷେତ୍ର ଅଞ୍ଚଳର ଅଟେ । ସ୍ପେନ ମହିଳା ଜଣକ ଗତକାଲି ରାତିରେ ତାଙ୍କ ସ୍ୱାମୀ ସହ ଏକ ବାଇକ୍ ରାଇଡରେ ବାହାରିଥିଲେ । ଡୁମକା ଦେଇ ବାଘଲପୁର ଅଭିମୁଖେ ଯାଉଥିଲେ । ତେବେ ରାତି ଅଧିକା ହେବା କାରଣରୁ ରାତି ପ୍ରାୟ ୧୨ଟା ସମୟରେ ରାସ୍ତାକଡରେ ଏକ ଟେଣ୍ଟ ଲଗାଇ ଶୋଇପଡିଥିଲେ । ହଂସଡିଆ ବଜାର ନିକଟରେ ତମ୍ବୁ କରି ଶୋଇପଡିଥିଲେ ।

ଯେତେବେଳେ ମହିଳାଜଣକ ଶୋଇଥିଲେ ସେତେବେଳେ କିଛି ଯୁବକ ଟେଣ୍ଟ ଭିତରକୁ ଆସି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏତିକି ନୁହେଁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ମାଡ ମଧ୍ୟ ମାରିଥିବା ନେଇ ମହିଳା ପର୍ଯ୍ୟଟକ ଜଣକ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ତାଙ୍କୁ ଶରାୟାହାଟ ସିଏଚସିରେ ଭର୍ତ୍ତି କରାଯାଇଛି । ତେବେ ସ୍ପେନ ମହିଳା ସେଠାରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣାକୁ ସୁନିଶ୍ଚିତ କରିଛନ୍ତି ଡୁମକା ଏସପି ପିତାମ୍ବର ସିଂ ଖେରୱାର । କିନ୍ତୁ ଏହି ଘଟଣା ନେଇ ଅଧିକ ସୂଚନା ପ୍ରଦାନ କରିବା ପାଇଁ ମନା କରିଦେଇଛନ୍ତି । ତେବେ ସୂଚନା ଅନୁସାରେ, ଏହି ଘଟଣା ପରେ ରାତିରେ ହିଁ ଏସପି ପିତାମ୍ବର ସିଂ ଖେରୱାର ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହିତ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ କରି ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ପ୍ରକାଶ ଥାଉକି, ଝାଡଖଣ୍ଡର ଲୋହରଦଗା ଜିଲ୍ଲାରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା । ଦୁଇଜଣ ନାବାଳିକାଙ୍କୁ ୧୧ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button