ରାଜ୍ୟ

ଆଜି ୩ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ – Ibnodisha

[ad_1]

ପୁରୀ : ଆଜି ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ ସେଥିପାଇଁ ୩ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ଏହି ନୀତି ଟି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି । ସେଥିପାଇଁ ଏହାକୁ ସର୍ବସାଧରଣ ମାନଙ୍କୁ ଦେଖିବାକୁ ଦିଆଯାଏ ନାହିଁ । ଏହି ନୀତି ବେଳେ ଶ୍ରୀ ମନ୍ଦିରରେ କେବଳ ପୂଜକ ଏବଂ ପଣ୍ଡାମାନେ ଉପସ୍ଥିତ ରହିଥାନ୍ତି । ଏହାସହ ସେହି ସମୟରେ ଜୟ ବିଜୟ ଦ୍ଵାର ବନ୍ଦ ରଖାଯାଏ । ଦ୍ଵିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କପ ଶ୍ରୀମୁଖ ଶୃଙ୍ଗାର କରିବେ । ଏଥିସହ ଅନ୍ୟ ରୀତିନୀତି ସମ୍ପନ୍ନ କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button