ରାଜ୍ୟ
ବାହାରିନରେ ଓଡ଼ିଆ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ
ବାଲେଶ୍ବର : ବାହାରିନରେ ଜଣେ ଓଡ଼ିଆ ଯୁବକଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସୂଚନା ଯେ ଯୁବକ ଜଣ ହେଲେ ବାଲେଶ୍ବର ଜିଲ୍ଲା ସବିରା ଅଞ୍ଚଳର ଗୋବିନ୍ଦ ସେଠୀଙ୍କ ୨୦ବର୍ଷୀୟ ପୂଅ କରୁଣାକର ସେଠୀ । ସେ ଦୁଇ ବର୍ଷ ତଳେ ଏକ ଠିକା ଶ୍ରମିକ ଦ୍ଵାରା ବାହାରିନ କୁ ଯାଇଥିଲା ଚାକିରି କରିବା ପାଇଁ । ସେଠାର ଗତ ମାସ ଏଗରୀମେଣ୍ଟ ସରିଗଲା ପରେ କମ୍ପାନୀ ବାହାର କରିଦେଲା ।
କମ୍ପାନୀ ବାହାର କରିବା ପରେ କାମ ନଥିବାରୁ ପ୍ରାୟ ୨୦ ଜଣ ଓଡ଼ିଆ ଯୁବକ ଫସି ରହିଥିଲେ ।
ବାହାରିନ ର ଓଡ଼ିଆ ସମାଜସେବୀ ସୁବାସ ସାହୁଙ୍କ ନେତୃତ୍ୱରେ ସେମାନଙ୍କୁ ଓଡ଼ିଶା ପଠାଇବା ପାଇଁ ବ୍ୟବସ୍ଥା ହୋଇଥଲା । କିନ୍ତୁ ଗତକାଲି କିଛି ଯୁବକ ଓଡ଼ିଶା ଫେରିଛନ୍ତି । ହେଲେ ଆଜି କରୁଣା କର ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସୁବାସ ସାହୁଙ୍କ ନେତୃତ୍ୱରେ କମ୍ପାନୀ ସହ ଯୋଗାଯୋଗ କରିବ ସହ କରୁଣା କର ର ଶବକୁ ଓଡ଼ିଶା ପଠାଯିବ ।