ମନୋରଞ୍ଜନ

Acer Swift Neo AI Laptop: ଭାରତରେ ଏଣ୍ଟ୍ରି କରିବ AI ଲାପଟପ୍, ମିଳିବ ଏହି ଖାସ୍ ଫିଚର୍ସ

AIକୁ ନେଇ ବଢୁଥିବା ଚାହିଦା ପାଇଁ ୟୁଜର୍ସ ଏଭଳି ଡିଭାଇସକୁ ପସନ୍ଦ କରୁଛନ୍ତି । ଯାହା ସ୍ପିଡ୍ ପରଫରମାନ୍ସ ସହିତ ମଲ୍ଟିଟାସ୍କିଂ, କ୍ରିଏଟିଭ୍ କାମ ଏବଂ ଦୈନନ୍ଦିନ ବ୍ୟବହାରକୁ ମଧ୍ୟ ସହଜରେ ସମ୍ଭାଳି ନେଇଥାଏ । ଏସବୁକୁ ଦୃଷ୍ଟିରେ ରଖି Acer ଭାରତରେ ନିଜର Swift Neo AI Laptop ଳଞ୍ଚ କରିଛି । କମ୍ପାନୀ ଏଥିରେ ଲାଟେଷ୍ଟ Intel Core Ultra ପ୍ରୋସେସର ସହିତ AI ଆଧାରିତ କ୍ଷମତା ପ୍ରଦାନ କରିଛି । ଏହି Laptop Flipkart, Acer E-store ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ଉପଲବ୍ଧ ହେବ । ତେବେ ଆସନ୍ତୁ ଏହାର ଫିଚର୍ସ ଉପରେ ନଜର ପକାଇବା ।

ଫିଚର୍ସ :

Acer Swift Neo ରେ Intel Core Ultra 5 ଏବଂ Ultra 7H Gaming-Grade ପ୍ରୋସେସର୍ ରହିଛି ।  ଯାହା 32GB ପର୍ଯ୍ୟନ୍ତ LPDDR5 RAM ଏବଂ 1TB ପର୍ଯ୍ୟନ୍ତ PCIe NVMe SSD ଷ୍ଟୋରେଜ୍ ଅପ୍ସନ ପ୍ରଦାନ କରିଛି । ଏହି କମ୍ବିନେସନ୍ କଠିନ କାମକୁ ସମ୍ଭାଳିବା ସହିତ ଏକା ସାଙ୍ଗରେ ଅନେକ ଆପ୍ ଚଲାଇବା, ସ୍ପିଡ୍ ବୁଟିଂ ଏବଂ ଭଲ ରେସ୍ପନ୍ସ ଦେବାରେ ସାହାଯ୍ୟ କରେ ବୋଲି କମ୍ପାନୀ ଦାବି କରୁଛି ।

Laptopରେ ୧୪ ଇଞ୍ଚର WUXGA IPS ଡିସପ୍ଲେ ରହିଛି । କିଛି ମଡେଲରେ OLED ଡିସ୍‌ପ୍ଲେ ଅପ୍ସନ ମଧ୍ୟ ପ୍ରଦାନ କରାଯିବ ।  ଏହି ସ୍କ୍ରିନ୍‌ରେ ୧୯୨୦ x ୧୨୦୦ ପିକ୍ସେଲ୍‌ର ରିଜୋଲ୍ୟୁସନ୍ ରହିଛି । ଯାହା ୩୦୦ ନିଟ୍ ପର୍ଯ୍ୟନ୍ତ ପିକ୍ ବ୍ରାଇଟସେନକୁ ସପୋର୍ଟ କରିଥାଏ । ଏହାର ନ୍ୟାରୋ ବେଜେଲ୍ ଡିଜାଇନ୍ ସ୍କ୍ରିନ୍ର ସ୍ପେସ୍‌କୁ ଅଧିକ ୟୁଜଫୁଲ କରିଦେଇଥାଏ  । ସ୍ୱିଫ୍ଟ ନିଓର ଓଜନ ମାତ୍ର ୧.୨୫ କିଲୋଗ୍ରାମ ଏବଂ ମୋଟେଇ ୧୭.୨ ମିମି ରହିଛି । କମ୍ପାନୀ ଏହାର ପୋର୍ଟେବିଲିଟିକୁ ଧ୍ୟାନରେ ରଖି ଏହାକୁ ଡିଜାଇନ୍ କରାଯାଇଛି । ଏଥିରେ ୧୮୦ ଡିଗ୍ରୀର ହିଞ୍ଜ ପ୍ରଦାନ କରାଯାଇଛି । ଯେଉଁ ସ୍କ୍ରିନର ଆଙ୍ଗେଲ ଅଲଗା ଅଲଗା ଭାବେ ବ୍ୟବହାର କରାଯାଇପାରିବ । ଖାସ୍ କରି ଏହି ଫିଚର୍ସ ଗ୍ରୁପ୍ କାମ କରିବା କିମ୍ବା କଣ୍ଟେଣ୍ଟ ଦେଖିବାବେଳେ ୟୁଜଫୁଲ ହେବ ।

ଏଥିସହିତ ଏହି  Laptopରେ ବ୍ୟାକଲିଟ୍ କିବୋର୍ଡ, ପ୍ରିସିଜିନ୍ ଟଚବୋର୍ଡ ଏବଂ ଇଣ୍ଟିଗ୍ରେଟେଡ୍ ଫିଙ୍ଗରପ୍ରିଣ୍ଟ ରିଡର ଦିଆଯାଇଛି । ଯାହା ଅନ୍ଧାରରେ ଟାଇପିଂ କରିବା ସହି ଲାପଟପକୁ ସୁରକ୍ଷିତ ଭାବେ ବ୍ୟବହାର କରିବାକୁ ସହଜ କରି ଦେଇଥାଏ । Acer Swift Neoରେ ଚାର୍ଜିଂ, ହାଇ ସ୍ପିଡ୍ ଡାଟା ଟ୍ରାନ୍ସଫର ଏବଂ ଡିସପ୍ଲେ ଆଉଟଫିଟ୍ ପାଇଁ ଫୁଲ୍ ଫଂକ୍ସନ USB Type-C ପୋର୍ଟ ସୁବିଧା ରହିଛି । ଏଥିରେ 65W USB Type-C ଫାଷ୍ଟିଂ ଚାର୍ଜର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି  । ଏହା ବ୍ୟତୀତ ଏଥିରେ ଡିଭାଇସ୍ ଏବଂ ଆସୋସୋରିଜ କନେକ୍ଟ ପାଇଁ HDMI ଏବଂ USB ପୋର୍ଟ ପ୍ରଦାନ କରାଯାଇଛି ।

କନେକ୍ଟିଭିଟି ପାଇଁ ଲାପଟପରେ Wi-Fi 6 ମଧ୍ୟ ପ୍ରଦାନ କରାଯାଇଛି । କମ୍ପାନୀର କହିବା ଅନୁସାରେ, ଏଥିରେ ଦ୍ରୁତ ୱାୟରଲେସ୍ କନେକ୍ସନ୍, କମ୍ ଲେଟେନ୍ସି ଏବଂ ଉନ୍ନତ ନେଟୱର୍କ ଦକ୍ଷତା ମିଳିଥାଏ । Acer ଅନୁସାରେ, Swift Neoକୁ ବିଶେଷ ଭାବେ ପ୍ରଫେସନାଲ୍, ଛାତ୍ରଛାତ୍ରୀ ଏବଂ କ୍ରିଏଟରମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁମାନଙ୍କୁ ହାଲକା ଡିଜାଇନ୍ ସହିତ ପାୱାରଫୁଲ ଏବଂ AI-ଆଧାରିତ ଲାପଟପ୍‌ର ଆବଶ୍ୟକତା ରହିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button