ଦେଶ

ରିଲ୍‌ସ କରୁ କରୁ ଫୁଟିଲା ଗୁଳି ଆଉ ଚାଲିଗଲା ଜୀବନ – Ibnodisha

[ad_1]

ରାଜସ୍ଥାନ : ରାଜସ୍ଥାନ କୋଟାର ମହାବୀର ନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବନ୍ଧୁକ ଦେଖାଇ ରିଲ୍‌ସ କରୁଥିବାବେଳେ ବନ୍ଧୁକରୁ ଗୁଳି ବାହାରି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ରାଜସ୍ଥାନ କୋଟାର ମହାବୀର ନଗର ଅଞ୍ଚଳର ଦୁଇ ଜଣ ସାଙ୍ଗ ବନ୍ଧୁକ ଧରି ରିଲ୍‌ସ କରିବା ସାଜିଲା କାଳ । ବନ୍ଧୁକ ଧରି ରିଲ୍‌ସ କରୁଥିବା ସମୟରେ ଅସାବଧାନତା ଯୋଗୁଁ ବନ୍ଧୁକର ଟ୍ରିଗର ଚିପି ହୋଇଯାଇଥିଲା । ଯାହାଫଳରେ ବନ୍ଧୁକର ଗୁଳି ଜଣଙ୍କ ଛାତିରେ ବାଜିଥିଲା । ତୁରନ୍ତ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି କହିଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ବନ୍ଧୁକ କେଉଁଠୁ ଆସିଲା ସେନେଇ ତଦନ୍ତ ମଧ୍ୟ କରିଥିଲା ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button