ରାଜ୍ୟ
ମାର୍ଚ୍ଚ ୨୨ରୁ +୨ ମୂଲ୍ୟାଙ୍କନ – Ibnodisha

[ad_1]
ଭୁବନେଶ୍ୱର: ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା +୨ ପରୀକ୍ଷା ଆଗାମୀ ୨୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପରୀକ୍ଷା ସରିବାର ଦୁଇଦିନ ପରେ ଅର୍ଥାତ୍ ୨୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ଦୁଇଟି ପର୍ଯ୍ୟୟରେ ଖାତାଦେଖା ହେବ । ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ ।
ସେହିପରି ଏପ୍ରିଲ ୪ରୁ ଏପ୍ରିଲ ୧୫ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ । ଖାତାଦେଖା ଲାଗି ୩୯ଟି ଇ-ମୂଲ୍ୟାଙ୍କନ ଏବଂ ୬୯ଟି ଅପ୍ଲାଇନ୍ କେନ୍ଦ୍ରରେ ଖାତାଦେଖା ହେବ । ସମସ୍ତ ବିଜ୍ଞାନ ଏବଂ ବାଣିଜ୍ୟର ଉତ୍ତରଖାତା ଇ-ମୂଲ୍ୟାଙ୍କନ ପ୍ରକ୍ରିୟାରେ କରାଯିବ । ମେ ୧୫ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ +୨ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି । ଚଳିତ ବର୍ଷ ଖାତା ଦେଖାରେ ପ୍ରାୟ ୧୫ ହଜାର ଅଧ୍ୟାପକ ଓ ଅଧ୍ୟାପିକା ସାମିଲ ହେବେ ।
[ad_2]