ରାଜ୍ୟ

ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ – Ibnodisha

[ad_1]

ବାଙ୍ଗିରିପୋଷି : ମୟୂରଭଞ୍ଜ ବାଙ୍ଗିରିପୋଷି ଦ୍ୱାରଶୂଣୀଘାଟିରେ ପୁଣି ଦୁର୍ଘଟଣା ଘଟି ଚାଲିଗଲା ଦୁଇ ଜଣଙ୍କ ଜୀବନ । ବିଶୋଇରୁ ବାଇକ ଯୋଗେ ବାରିପଦା ଅଭିମୁଖେ ଯାଉଥିବା ସମୟରେ ଏକ ଟ୍ରକ ଭାରସାମ୍ୟ ହରାଇ ବାଇକକୁ ଧକା ଦେବା ଫଳରେ ଘଟଣା ସ୍ଥଳରେ ବିଶୋଇ ଥାନା ଅଞ୍ଚଳର ରବିନାରାୟଣ ଦାସ ଓ ତାଙ୍କ ପତ୍ନୀ ରେବତୀ ଦାସଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ବାଙ୍ଗିରିପୋଷି ଦ୍ଵାରସୁଣି ଘାଟିରେ ବାରମ୍ଵାର ଦୁର୍ଘଟଣା ଘଟୁଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ଏହାର ବିକଳ୍ପ ଚିନ୍ତା କରି ଅନ୍ୟ ଏକ ସଡକ ପଥର ପ୍ରସ୍ତାବ ଗ୍ରହଣ କରାଯାଇଛି। ତେବେ ତୁରନ୍ତ ଏହାର କାର୍ଯ୍ଯ ସମସ୍ତ ହୋଇ କାର୍ଯ୍ୟକ୍ଷମ ହେଲେ ଦୁର୍ଘଟଣାକୁ ବହୁ ମାତ୍ରାରେ ଅଟକାଯାଇ ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button