ରାଜ୍ୟ

କୁନି ଝିଅକୁ ଧରି କାହିଁକି ନଦୀକୁ ଡେଇଁଲେ ବାପା ? ଆସନ୍ତୁ ଜାଣିବା….. – Ibnodisha

[ad_1]

ଭୁବନେଶ୍ୱର:ମାସେ ତଳେ ପତ୍ନୀର ପ୍ରାଣହାନୀ ହୋଇଥିଲା । ଆଉ ଏବେ ଅଢ଼େଇ ବର୍ଷର ଟିକିଝିଅକୁ ଧରି ନଦୀକୁ ଡେଇଁ ସ୍ୱାମୀ ନିଖୋଜ। ଭଣ୍ଡାରିପୋଖରୀ ଅଞ୍ଚଳର ଏହି ଘଟଣା ଯେତିକି ଚାଞ୍ଚଲ୍ୟ ସୃଷ୍ଟି କରିଛି, ସେତିକି ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ନଦୀକୁ ଡେଇଁବା ଆଗରୁ ସଂପୃକ୍ତ ବ୍ୟକ୍ତି ନିଜ ଭଉଣୀଙ୍କୁ ଫୋନ୍ କରିଥିଲେ। ଯାହାର ଅଡ଼ିଓ ଆଜି ସାମ୍ନାକୁ ଆସିଛି।

ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି ।

ସୁନାର ସଂସାରଟିଏ, ଦିନେ କେତେ ଖୁସି ଆଉ ସରାଗରେ ଟିକିଝିଅ ସହ ଫଟୋ ଉଠାଉଥିଲେ ବାପା, ମା। ଆଜି ଏହି ଫଟୋ ଦେଖିଲେ ମନ ଭାରି ହୋଇଯାଉଛି । ଲୁହରେ ବତୁରିଯାଉଛି ଆଖି। ଆତ୍ମୀୟ ସ୍ୱଜନଙ୍କ ବୁକୁଫଟା କାନ୍ଦ ଦେଖିଲେ ସମସ୍ତଙ୍କ ଧୈର୍ଯ୍ୟହରା ହୋଇ ପଡୁଛନ୍ତି। କାହିଁକି ନା ପତ୍ନୀ ଚାଲିଯିବାର ମାସକ ପରେ କନ୍ୟା ସନ୍ତାନକୁ ଧରି ନଦୀକୁ ଡେଇଁପଡ଼ିଛନ୍ତି ସ୍ୱାମୀ।

The post କୁନି ଝିଅକୁ ଧରି କାହିଁକି ନଦୀକୁ ଡେଇଁଲେ ବାପା ? ଆସନ୍ତୁ ଜାଣିବା….. appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button