ରାଜ୍ୟ

ଭୋଗରାଇରେ ଡେଙ୍ଗୁ ଅଣାୟତ୍ତ; ଦୁଇ ମାସରେ ଗଲାଣି ୭ ଜଣଙ୍କର ପ୍ରାଣ – Ibnodisha

[ad_1]

ସ୍ୱାସ୍ଥ୍ୟ ବିଭାଗ ନିରବଦ୍ରଷ୍ଟା: ମଶା ମରା ଧୂଆଁ, ବ୍ଲିଚିଂ, ଫିନାଇଲ ମାରିବାକୁ ଦାବି

ଚନ୍ଦନେଶ୍ୱର: ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକରେ ଦିନକୁ ଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲା ବେଳେ ବିଶେଷଭାବେ ଦକ୍ଷିଣ ଭୋଗରାଇର ୧୨ରୁ ଅଧିକ ଗ୍ରାମ ପଞ୍ଚାୟତର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି। ପ୍ରତ୍ୟେକ ଘରେ ଜଣେ ଜ୍ଵରରେ ଆକ୍ରାନ୍ତ ହେବା ପରେ ପରେ ତାଙ୍କ ପରିବାର ଜ୍ଵରରେ ଆକ୍ରାନ୍ତ ହେଉଛନ୍ତି।ଜ୍ଵରରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କୁ ଗୋଡ଼ ହାତ ଭୀଷଣ ଭାବେ ଦରଜ ହେବା ସହିତ ମୁଣ୍ଡ ମଧ୍ୟ ବିନ୍ଧୁଛି।ରୋଗୀ ଦୁର୍ବଳ ହେବା ସହିତ ଶରୀରର ରକ୍ତରେ ଥିବା ପ୍ଲାଟଲେଟ ହ୍ରାସ ପାଉଛି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦନେଶ୍ୱର, ଶ୍ରଦ୍ଧାପୁର, ଜଳ ସୋହରିଆ, କଖଡ଼ା ଆଦିରେ ଡାକ୍ତର ନ ଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି।

ଅପରପକ୍ଷରେ ସଚେତନତା ଅଭାବରୁ ବହୁ ରୋଗୀ ହାତୁଡ଼ିଆ ଡାକ୍ତର ମାନଙ୍କ କବଳରେ ଚିକିତ୍ସିତ ହୋଇ ଶୋଷଣ ହେଉଥିବାର ଅଭିଯୋଗ ହେଉଛି।ପ୍ୟାଥଲୋଜି ମାନଙ୍କରେ ରକ୍ତ ନମୁନା ପରୀକ୍ଷା ପାଇଁ ଲମ୍ବା ଧାଡ଼ି ଲାଗିଥିବାର ଦେଖା ଯାଉଛି। ଭୋଗରାଇରେ ଗତ ଦୁଇ ମାସ ମଧ୍ୟରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ୭ ଜଣଙ୍କର ଜୀବନ ଯାଇଥିଲା ବେଳେ ବହୁ ରୋଗୀ ଅସୁସ୍ଥ ହୋଇ ନିଜ ଘରେ ଓ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥଲା ବେଳେ ବହୁ ଲୋକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଝିପିଝିପି ବର୍ଷା ଓ ଜଳ ନିଷ୍କାସନର ଅବ୍ୟବସ୍ଥା ଯୋଗୁଁ ଡେଙ୍ଗୁ ମଶାଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି।

ବିଶେଷଭାବେ ହୁଗୁଳି ଗ୍ରାମ ପଞ୍ଚାୟତର ଗାଜିପୁର, ନୈଛନ ପୁର, ବରବରିଆ ଓ ହୁଗୁଳି, ସାହାବାଜିପୁର ପଞ୍ଚାୟତର ଉଦୟପୁର, ସାହାବାଜିପୁର, କଖଡ଼ା ଗ୍ରାମ ପଞ୍ଚାୟତର ଚଣ୍ଡୀପୁର, ଖଗେଶ୍ୱରପୁର, ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର କରଞ୍ଜାଶୋଳ, ବାରବାଟିଆ ଗ୍ରାମ ପଞ୍ଚାୟତର ବଗଡ଼, ଶଙ୍ଖାରୀ ଗ୍ରାମ ପଞ୍ଚାୟତର ଶଙ୍ଖାରୀ, ଶ୍ରଦ୍ଧାପୁର ପଞ୍ଚାୟତର ଶ୍ରଦ୍ଧାପୁର, ଗୋଚ୍ଛିଦା ତେଘରି ପଞ୍ଚାୟତର ତେଘରି,ଜଳ ସୋହରିଆ ପଞ୍ଚାୟତର ମନ୍ଦାରୀ ପ୍ରଭୃତି ଗାଁ ମାନଙ୍କରେ ଶହ ଶହ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲା ବେଳେ କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମଶାରୀ, ବ୍ଲିଚିଂ, ଫିନାଇଲ ବଣ୍ଟନ କରାଯାଇଥିଲା ବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡେଙ୍ଗୁ ପ୍ରଭାବିତ ଗୋଟେ ଦୁଇଟା ଗାଁରେ ମଶା ମରା ଧୂଆଁ ଛାଡ଼ି ନିରବଦ୍ରଷ୍ଟା ସାଜିଛି। ଏପଟେ ଦିନକୁ ଦିନ ଶହଶହ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁ ଥିବାରୁ ସାଧାରଣରେ କୋକୁଆ ଭୟ ସୃଷ୍ଟି ହୋଇଛି।ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ସହିତ ଖାଲି ପଡ଼ିଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶକୀୟ ଡାକ୍ତର ନିଯୁକ୍ତି କରିବା ସହ ଡେଙ୍ଗୁ ପ୍ରଭାବିତ ଗାଁ ଗୁଡ଼ିକରେ ବ୍ଲିଚିଂ, ଫିନାଇଲ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button