ରାଜ୍ୟ

ରାତି ୧୦ରେ ଉଠିଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ – Ibnodisha

[ad_1]

ଭୁବନେଶ୍ୱର: ଶୁକ୍ରବାର ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ଆଜି ସକାଳୁ ସକାଳୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ଏକାମ୍ର କ୍ଷେତ୍ର ହୋଇଉଠିଥିଲା ଉତ୍ସବମୁଖର । ନିର୍ଦ୍ଧାରିତ ନୀତି ମୁତାବକ ମଙ୍ଗଳ ଆଳତି ଓ ଅବକାଶ ପରେ ଆରମ୍ଭ ହୋଇଥିଲା ସାହାଣମେଲା ଦର୍ଶନ । ତେଣୁ ବ୍ରାହ୍ମ ମୁହୂର୍ତ୍ତରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ରାତିରୁ ଲାଗିଥିଲା ଲମ୍ବା ଧାଡ଼ି । ଦିନ ତମାମ ଲାଗି ରହିଥିଲା ଶ୍ରଦ୍ଧାଳୁଙ୍କ ସମାଗମ । ମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାଇ ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା ।

ଦିନ୧୧ଟା ଯାଏଁ ସାହାଣମେଲା ଦର୍ଶନ ହୋଇଥିଲା । ଦିନ ୧୨ ଟାରୁ ୧୨ ଟା ୪୫ ଯାଏଁ ମହାସ୍ନାନ ଓ ବେଶ, ଅପରାହ୍ଣ ୧୨ ଟା ୪୫ ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା କରାଯାଇଥିଲା । ସେହିପରି ଦିନ ୨ଟା ୪୫ ରୁ ୩ଟା ୪୫ ଭୋଗ ମଣ୍ଡପ, ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ମଧ୍ୟରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୭ଟା ୩୦ରୁ ୮ଟା ୧୦ ପ୍ରଭୁ ଲିଙ୍ଗରାଜଙ୍କ ମାଜଣା ନୀତି କରାଯାଇଥିଲା । ରାତି ୮ଟା ୧୦ ରୁ ୮ଟା ୫୫ ପ୍ରଭୁ ଲିଙ୍ଗରାଜଙ୍କ ଯାତ୍ରା ପୂଜା ଓ ବେଢା, ୮ଟା ୫୫ ରୁ ରାତି ୧୦ ଟା ମଧ୍ୟରେ ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ସରିବା ପରେ ମହାଦୀପ ଉଠିଥିଲା।

କେଉଁ ବର୍ଷ କେତେବେଳେ ଉଠିଥିଲା ମହାଦୀପ
* ୨୦୨୩: ରାତି ୧ଟା ୧୦ମିନିଟ୍‌
* ୨୦୨୨: ରାତି ସାଢ଼େ ୧୦ଟା
* ୨୦୨୧: ରାତି ୯ଟା ୩୩ ମିନିଟ୍‌
* ୨୦୨୦: ରାତି ୯ଟା ୪୦ ମିନିଟ୍‌
* ୨୦୧୯: ରାତି ୯ଟା ୨୩ ମିନିଟ୍‌
* ୨୦୧୮: ରାତି ସାଢ଼େ ୧୨ଟା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button