ଅପରାଧ

ମହିଳା କନେଷ୍ଟବଳଙ୍କୁ ହତ୍ୟା ଅଭିଯୋଗରେ ଦିଲ୍ଲୀ ପୋଲିସର ହେଡ୍ କନେଷ୍ଟବଳ ଗିରଫ – Ibnodisha

[ad_1]

ନୂଆଦିଲ୍ଲୀ: ମହିଳା କନେଷ୍ଟବଳଙ୍କୁ ହତ୍ୟା ଅଭିଯୋଗରେ ଦିଲ୍ଲୀ ପୋଲିସର ହେଡ୍ କନେଷ୍ଟବଳ ଗିରଫ । ଦେଶର ରାଜଧାନୀ ଦିଲ୍ଲୀରୁ ଏଭଳିଆଶ୍ଚର‌୍ୟ୍ୟଜନକ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସର ହେଡ୍ କନେଷ୍ଟବଳଙ୍କୁ ଗିରଫ କରିଛି ପୋଲିସର ଅନୁସନ୍ଧାନକାରୀ ଦଳ । ଜଣେ ମହିଳା କନେଷ୍ଟବଳଙ୍କ ହତ୍ୟା ପାଇଁ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ଏହି ଅଭିଯୁକ୍ତ ହେଡ କନଷ୍ଟେବଳଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ଅଭିଯୁକ୍ତ ଦିଲ୍ଲୀ ପୋଲିସ କନଷ୍ଟେବଳ ୨୦୨୧ ମସିହାରେ ଜଣେ ମହିଳା କନଷ୍ଟେବଳଙ୍କୁ ହତ୍ୟା କରିଥିଲେ । ହତ୍ୟା ପରେ ମହିଳା କନଷ୍ଟେବଳଙ୍କ ମୃତଦେହକୁ ଡ୍ରେନରେ ଲୁଚାଇ ରଖିଥିଲା ଅଭିଯୁକ୍ତ । ପୋଲିସ ୨ ବର୍ଷ ପରେ ଅଭିଯୁକ୍ତର ସୂଚନାକୁ ଆଧାର କରି ପୋଲିସ ମୃତକଙ୍କ କଙ୍କାଳ ଉଦ୍ଧାର କରିଥିଲା । ମହିଳା କନଷ୍ଟେବଳ ଅଭିଯୁକ୍ତଙ୍କୁ ବିବାହ କରିବାକୁ ଦାବି କରି ଆସୁଥିଲେ, ତେବେ ପୂର୍ବରୁ ଅଭିଯୁକ୍ତ ବିବାହିତ ଥିଲା ।

ଅଭିଯୁକ୍ତ ହେଡ କନଷ୍ଟେବଳଙ୍କ ନାମ ସୁରେନ୍ଦ୍ର । ଅନ୍ୟପକ୍ଷରେ ମୃତ ମହିଳା କନଷ୍ଟେବଳଙ୍କ ନାମ ରୁଚିକା । ପୋଲିସର ସୂତ୍ର ଅନୁଯାୟୀ, ଅଭିଯୁକ୍ତ ପ୍ରାୟତ ଦିଲ୍ଲୀ ବାହାରେ ଥିବା ଅନ୍ୟ ସହରକୁ ଝିଅମାନଙ୍କୁ ଡାକନ୍ତି ଏବଂ ରୁଚିକାଙ୍କ କିଛି ଡକ୍ୟୁମେଣ୍ଟ ସେଠାରେ ଛାଡିଥିଲା, ଯେଉଁ କାରଣରୁ ପୋଲିସ ଅନୁଭବ କରିଥିଲା ଯେ ସେ ନିଜ ଇଚ୍ଛାରେ ଯାଇଥିଲେ ଏବଂ ପରିବାରକୁ ଫେରିବାକୁ ଚାହୁଁନଥିଲେ । ସୂଚନାଥାଉକି, ସେପ୍ଟେମ୍ବର ୮, ୨୦୨୧ ରେ ରୁଚିକା ଆଲିପୋରରେ ପହଞ୍ଚି ସୁରେନ୍ଦ୍ରଙ୍କୁ ତାଙ୍କ ଘର ଠିକଣା ମାଗିଥିଲେ । ବିବାହିତ ହୋଇଥିବାରୁ ସୁରେନ୍ଦ୍ର ଚାହୁଁ ନଥିଲେ ଯେ ତାଙ୍କ ଗର୍ଲଫ୍ରେଣ୍ଡ ଅର୍ଥାତ୍ ମହିଳା କନଷ୍ଟେବଳ ତାଙ୍କ ଘରେ ପହଞ୍ଚନ୍ତୁ । ଏହି ରହସ୍ୟ ଉନ୍ମୋଚିତ ହେବାର ଭୟରେ ସେ ରୁଚିକାଙ୍କୁ ତାଙ୍କ କାରରେ ଯମୁନା କୂଳକୁ ନେଇଯିବାକୁ ବାହାନା କରି ତାଙ୍କୁ ଗଳା କାଟି ହତ୍ୟା କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button