ପାର୍ସଲରେ ଆସିଲା ମୋବାଇଲ, କିନ୍ତୁ ଯୁବତୀ ପାଇଲେନି, ଆଉ ଏବେ.. – Ibnodisha
[ad_1]
ଭୁବନେଶ୍ୱର: ଚାଲିଛି ଅନଲାଇନ ସପିଂର ଧମାକା । ସମସ୍ତେ ନିଜ ମନ ମୁତାକ ଜିନିଷ ବାଛି ଅନ୍ଲାଇନ ମାଧ୍ରମରେ ସାପିଂ କରିନେଉଛନ୍ତି । ସବୁଠୁ ଅଧିକା ସପିଂ କରୁଛନ୍ତି ଯୁବପିଢ଼ି । ତେବେ ଏହି ଅନଲଲାଇନ ସପିଂ ଏବେ ଜଣେ ଯୁବତୀଙ୍କୁ ମହଙ୍ଗା ପଡିଛି । ଯେଉଁଥିପାଇଁ ତାଙ୍କୁ ଥାନାର ଦ୍ୱାରସ୍ଥ ହେବାକୁ ପଡିଛି । ନିଜ ମନ ପସନ୍ଦର ମୋବାଇଲ ବାଛି ବାଛି ଅନ୍ ଲାଇନରେ ବୁକ୍ କଲେ । ପାଲର୍ସିଲେରେ ମୋବାଇଲ ବି ଆସିଲା । ହେଲେ ଆସିଥିବା ମୋବାଇଲ କିନ୍ତୁ ପାଇଲେନି ଯୁବତୀ । ଆଉ ଏବେ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ଏକ ଘଟଣା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଶ୍ରୀ ବିହାରର ଏକ ଘରୋଇ ହସ୍ପିଟାଲ ହଷ୍ଟେଲରେ ଘଟିଛି । ଏନେଇ ଯୁବତୀ ଜଣକ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଚନ୍ଦ୍ରଶେଖରପୁରରେ ଥିବା ଏକ ଘରୋଇ ହସ୍ପିଟାଲରେ ଚାକିରି କରିଛନ୍ତି ଜଣେ ଯୁବତୀ। କିଛି ଦିନ ପୂର୍ବରୁ ଅନଲାଇନରେ ୩୦ ହଜାର ଟଙ୍କାର ଏକ ମୋବାଇଲ ଅର୍ଡର କରିଥିଲେ। ଶନିବାର ଡେଲିଭରୀ ବୟ ମୋବାଇଲ ଦେବାକୁ ଆସିଥିଲେ । ଯୁବତୀ ଜଣଙ୍କ ହଷ୍ଟେଲରେ ନଥିବାରୁ ସେଠାରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଗାର୍ଡକୁ ପାର୍ସଲ ଦେବାକୁ କହିଥିଲେ ।
ଡେଲିଭରୀ ବୟ ମୋବାଇଲ ଦେଇ ପଳାଇ ଯାଇଥିଲେ । ଯୁବତୀ ହଷ୍ଟେଲରେ ପହଞ୍ଚି ସିକ୍ୟୁରିଟି ଗାର୍ଡଙ୍କୁ ପାର୍ସଲ ମାଗିଥିଲେ । ହେଲେ ସେ ରିସିଭ୍ କରିନାହାଁନ୍ତି ବୋଲି ମନା କରି ଦେଇଥିଲେ । ଯୁବତୀ ଜଣଙ୍କ ଫୋନ୍ କରି ଡେଲିଭରୀ ବୟଙ୍କୁ ଏ ବିଷୟରେ ପଚାରିବାରେ ସେ ସେଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ଦେଇଥିବା କହିଥିଲେ ।
[ad_2]