ଦେଶ
ନାଇଟ୍ ବ୍ଲବରେ ଲାଗିଲା ନିଆଁ, ନିଅନ୍ତା ଜଳିଗଲେ ୬ଜଣ – Ibnodisha

[ad_1]

ନୂଆଦିଲ୍ଲୀ: ନିଆଁ ଆଁରେ ଲିଭିଗଲା ୬ ଜୀବନ । ଏଭଳି ଭାବହ ଅଗ୍ନିକାଣ୍ଡ ଦକ୍ଷିଣ ପୂର୍ବ ସ୍ପେନର ମୁର୍ସିଆରରେ ଏକ ନାଇଟ୍ କ୍ଲବରେ ଘଟିଛି । ଅତି କମରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି। ଏଥିସହ ଏକାଧିକ ଲୋକେ ଆହତ ହୋଇଛନ୍ତି।
ଗତକାଲି ରାତିରେ ନାଇଟ୍ କ୍ଲବ୍ ଚାଲିଥିଲା। ଆଜି ଭୋଅରୁ ଭୋଅରୁ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶୋସାଲ ମିଡିଆରେ ଏକ ବିବୃତ୍ତିରେ ଜରୁରୀକାଳୀନ ସେବା ଏନେଇ ସୂଚନା ସୂଚନା ଦେଇଛି।
ରିପୋର୍ଟ ଅନୁସାରେ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡ ସମୟରେ କ୍ଲବରେ କେତେ ଜଣ ଥିଲେ, ସେନେଇ କୌଣସି ସୂଚନା ମିଳିପାରି ନାହିଁ। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
The post ନାଇଟ୍ ବ୍ଲବରେ ଲାଗିଲା ନିଆଁ, ନିଅନ୍ତା ଜଳିଗଲେ ୬ଜଣ appeared first on ONA KHABAR.
[ad_2]




