ଓଡିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାଁହୁଛି, ସୁଯୋଗ ଦେବାକୁ ଦଳକୁ ଅନୁରୋଧ କରିଛି: ଧର୍ମେନ୍ଦ୍ର – Ibnodisha

[ad_1]
ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ମୁଁ ଚାହୁଁଛି ଆଉ ଦଳ ପାଖରେ ମୋତେ ଏକ ସୁଯୋଗ ଦେବାକୁ ଅନୁରୋଧ ମଧ୍ୟ କରିଛି | ୨୦୨୪ ଲୋକସଭା ନିର୍ବାଚନକୁ ଆଉ କେଇ ମାସ ବାକି ରହିଥିବାବେଳେ ଆଜି ଏକ ସାକ୍ଷାତକାରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି | କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ ଓଡିଶାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ସହିତ ଏକ ସାକ୍ଷାତକାରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଁ ୨୦୨୪ ମସିହାରେ ଓଡିଶାରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି । ମୁଁ ଏ ସମ୍ପର୍କରେ ଦଳକୁ ଅନୁରୋଧ କରିଛି। ” ଏହି ସାକ୍ଷାତକାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ମୁଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ମଧ୍ୟ ଏକ ଆହ୍ୱାନ ବୋଲି ମନେ କରେ। ବିଜେପି ଏବଂ ଏନଡିଏର ଲୋକମାନେ କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରନ୍ତି ନାହିଁ।
VIDEO | EXCLUSIVE: “I wish to contest Lok Sabha polls in 2024. I have requested the party to give me a chance to contest from Odisha,” Union minister @dpradhanbjp tell @PTI_News. #PTIExclusive pic.twitter.com/Bq2E0wDlQP
— Press Trust of India (@PTI_News) October 6, 2023
ସେ କହିଛନ୍ତି ଯେ ବିଜେପିର ଏଜେଣ୍ଡା ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ଦେଶର ସେବା କରିବା ପାଇଁ ସୁଯୋଗ ମିଳୁ । ଚଳିତ ବର୍ଷ ଶେଷରେ ହେବାକୁ ଥିବା ତେଲେଙ୍ଗାନା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ଧର୍ମେନ୍ଦ୍ର ଦାବି କରିଛନ୍ତି ଯେ ଏଠାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ବିଜେପି ସରକାର ଗଠନ କରିବ। ବର୍ତ୍ତମାନ ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ ସରକାର ଥିବାବେଳେ ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ଅଛି। ତେଲେଙ୍ଗାନାରେ କେସିଆରଙ୍କ ସରକାର ଥିବାବେଳେ ଧର୍ମେନ୍ଦ୍ର କହିଛନ୍ତି ଯେ ଏହି ୪ଟି ରାଜ୍ୟରେ ବିଜେପିର ସରକାର ଗଠନ ହେବ | ସେହିପରି କେନ୍ଦ୍ର ସରକାର ଇଡିର ଅପବ୍ୟବହାର କରୁଥିବା ନେଇ ବିରୋଧୀ ଆଣିଥିବା ଅଭିଯୋଗକୁ ନେଇ ଧର୍ମେନ୍ଦ୍ର କହିଛନ୍ତି ଯେ ଯେଉଁମାନେ ଭୁଲ୍ କାମ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦିଲ୍ଲୀରେ ଅବକାରୀ ନୀତି ମାମଲାରେ ଦୁର୍ନୀତି ସାମ୍ନାକୁ ଆସିଥିଲା | ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କୁ କିଭଳି ଛଡ଼ାଯିବ ବୋଲି ସେ କହିଛନ୍ତି |
[ad_2]




