ଅପରାଧ

୩ ମାସ ଧରି ଜନ୍ମକଲା ଝିଅକୁ ଦୁଷ୍କର୍ମ କରୁଥିଲା ବାପା, ଶେଷରେ…. – Ibnodisha

[ad_1]

ଇସଲାମବାଦ: ରକ୍ତ ସମ୍ପର୍କରେ କଳଙ୍କ ଦାଗ। ଜନ୍ମକଲା ଝିଅକୁ ବି ଛାଡିଲାନି କାମାନ୍ଧ ମଣିଷ। ଯୌନ ଲାଳସା ଚରିତାର୍ଥ କରିବାକୁ ନିଜ ୧୪ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରୁଥିଲା। ଦୀର୍ଘ ୩ ମାସ ଧରି ବାପାର ଦ୍ବାରା ଦୁଷ୍କର୍ମର ଶିକାର ହେବା ପରେ ଶେଷରେ ପୀଡିତା ଗୁଳି କରି ନିଜ ଦୁଷ୍କର୍ମକାରୀ ବାପାକୁ ହତ୍ୟା କରିଛି । ହତବାକ୍ କଲାଭଳି ଏହି ଘଟଣାଟି ହେଉଛି ପାକିସ୍ତାନ ଲାହୋର ସହରର। ଶନିବାର ସକାଳେ ନାବାଳିକା ଝିଅ ତା’ର ବାପାଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି।

ପୋଲିସ ସୂଚନା ମୁତାବକ, ମୃତକର ନାମ ବିଲାଲ ଖାନ। ସେ ଜଣେ ଦରଜୀ ଥିଲା । ବିଲାଲ ଗତ ୩ ମାସ ହେଲା ନିଜର ୧୪ ବର୍ଷୀୟ ଝିଅ ସହ ଦୁଷ୍କର୍ମ କରୁଥିଲା। ବାପାର ଏଭଳି କୁକର୍ମରେ ପୀଡିତା ବ୍ୟତିବ୍ରସ୍ତ ହୋଇପଡିଥିଲେ। ବାରମ୍ବାର ଦୁଷ୍କର୍ମର ଶିକାର ହେବାରୁ ସେ ଦୁଷ୍କର୍ମକାରୀ ବାପାକୁ ସବୁଦିନ ପାଇଁ ଶେଷ କରିଦେବାକୁ ସ୍ଥିର କରିଥିଲେ। ଶନିବାର ସକାଳ ପ୍ରାୟ ୬ଟା ବେଳେ ବିଲାଲ ଘରେ ଶୋଇଥିବା ଅବସ୍ଥାରେ ପୀଡିତା ତାକୁ ଗୁଳି କରିଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇଯାଇଥିଲା ।

ପୋଲିସ ପହଞ୍ଚି ପଚରାଉଚରା କରିବାରୁ ନାବାଳିକା ସବୁକଥା କହିଥିଲେ । ସେ ହିଁ ନିଜ ବାପାକୁ ହତ୍ୟା କରିଥିବା ସ୍ବୀକାର କରିଥିଲେ । ଏହି ଘଟଣାର ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ନାବାଳିକା ନର୍କ ଯନ୍ତ୍ରଣା ସହୁଥିଲେ । ଏଥିରୁ ମୁକ୍ତ ହେବାକୁ ସେ ନିଜ ଦୁଷ୍କର୍ମକାରୀ ବାପାକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ବିଲାଲର ବନ୍ଧୁକରୁ ହିଁ ତାକୁ ଗୁଳି କରି ହତ୍ୟା କରିଥିଲେ। ଏଥିରେ ତା’ ମୁଣ୍ଡରେ ଗୁଳି ବାଜିଥିଲା। ଯେଉଁ କାରଣରୁ ଘଟଣାସ୍ଥଳରେ ହିଁ ସେ ଆଖି ବୁଜିଥିଲା। ଏହି ଘଟଣା ପ୍ରଘଟ ହେବା ପରେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଜନ୍ମକଲା ବାପାର ଏଭଳି କୁକର୍ମ ସମସ୍ତଙ୍କୁ ହତବାକ୍ କରିଦେଇଛି । ବାପା-ଝିଅର ସମ୍ପର୍କ ସବୁଠୁ ପବିତ୍ର । ବାପା ଝିଅକୁ ସବୁ ବିପଦ ଆପଦରୁ ରକ୍ଷା କରେ। ହେଲେ ସେହି ରକ୍ଷକ ନିଜର ଯୌନ ଇଚ୍ଛା ପୂରଣ ପାଇଁ ଏମିତି ତଳକୁ ଖସିପାରେ ତାହା ସହଜରେ ବିଶ୍ବାସ ହୋଇନପାରେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button