ଦେଶ

ସମ୍ପତ୍ତି ବିବାଦରୁ ସଂଘର୍ଷ: ୬ ଜଣଙ୍କୁ ପିଟିପିଟି ହତ୍ୟା – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ସମ୍ପତ୍ତି ବିବାଦ ଯୋଗୁଁ ଭୟଙ୍କର ଘଟଣା ଘଟିଛି। ରୁଦ୍ରପୁର ଥାନା ଅଧୀନସ୍ଥ ଫତେପୁର ଗ୍ରାମରେ ସମ୍ପତ୍ତି ପାଇଁ ୨ଟି ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଛି। ପୁଲିସ ଅନୁଯାୟୀ ପୂର୍ବତନ ଜିଲ୍ଲା ପଞ୍ଚା‌ୟତ ସଦସ୍ୟ ପ୍ରେମ ଯାଦବଙ୍କର ସତ୍ୟ ପ୍ରକାଶ ଡୁବେଙ୍କ ସହ ସମ୍ପତ୍ତି ବିବାଦ ଥିଲା। ଆଜି ସକାଳ ପ୍ରାୟ ୯ଟା ସମୟରେ ପ୍ରେମ ପ୍ରଥମେ ସତ୍ୟପ୍ରକାଶଙ୍କ ଘରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଅତି ହିଂସ୍ର ରୂପ ନେଇଥିଲା। ପ୍ରେମଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା।

ଏହି ଖବର ଗାଁ ସାରା ପ୍ରଘଟ ହେବାପରେ ଅନେକ ସଂଖ୍ୟାରେ ଲୋକ ସତ୍ୟପ୍ରକାଶଙ୍କ ବାସଭବନରେ ପଶିଥିଲେ। ପ୍ରଥମେ ସେମାନେ ସତ୍ୟପ୍ରକାଶଙ୍କୁ ହତ୍ୟା କରିଥିଲେ। ଏତିକିରେ ସେମାନେ ଅଟକିନଥିଲେ। ଜଣେ ମହିଳାଙ୍କ ସମେତ ଅନ୍ୟ ୪ ଜଣଙ୍କୁ ମଧ୍ୟ ସେମାନେ ପିଟିପିଟି ହତ୍ୟା କରିଥିଲେ ବୋଲି ଦେଓରିଆ ଏସ୍‌ପି ସଂକଳ୍ପ ଶର୍ମା କହିଛନ୍ତି। ସ୍ଥାନୀୟ ଲୋକ ପୁଲିସ‌ରେ ଖବର ଦେଇଥିଲେ। ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୬ ମୃତ ଶରୀର ଜବତ କରିଥିଲା। ସମ୍ପୃକ୍ତ ଅଞ୍ଚଳରେ ଏବେ ବ୍ୟାପକ ପୁଲିସ ମୁତୟନ ହୋଇଛି। ଅଭିଯୁକ୍ତଙ୍କୁ ଧରିବାପାଇଁ ଟିମ୍‌ ଗଠନ ହୋଇଛି ବୋଲି ଏସ୍‌ପି ଶର୍ମା କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button