ମନୋରଞ୍ଜନ

ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କ ଗୁଣଗାନ କଲେ ଶାହରୁଖ – Ibnodisha

[ad_1]

ମୁମ୍ବାଇ: ଆଜି ଗାନ୍ଧୀ ଜୟନ୍ତୀ। ଦେଶବ୍ୟାପୀ ବିଭିନ୍ନ ନେତା, ସେଲିବ୍ରିଟି ଓ ସାଧାରଣ ଜନତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଦେଖାଯାଉଛି। ଏହି ଅବସରରେ ବଲିଉଡ ଅଭିନେତା ଶାହରୁଖ ଖାନ୍ ଗାନ୍ଧୀଙ୍କ ଶିକ୍ଷା ଓ ଦର୍ଶନକୁ ମନେପକାଇଛନ୍ତି। ବଲିଉଡ୍ ଅଭିନେତା ବର୍ତ୍ତମାନ ତାଙ୍କର ଚଳିଚ୍ଚିତ୍ର ‘ପଠାନ’ ଓ ‘ଯବାନ’କୁ ନେଇ ଖୁବ୍ ଉଲ୍ଲସିତ ଅଛନ୍ତି। ସନ୍ନି ଦେଓଲଙ୍କ ‘ଗଦର-୨’ ସହ ଏହି ଉଭୟ ଚଳଚ୍ଚିତ୍ର ଚଳିତବର୍ଷ ରେକର୍ଡ ଭାଙ୍ଗିଛନ୍ତି। ବ୍ୟାପକ ମନୋରଞ୍ଜନର ଖୋରାକ ଥିବା ସହ ‘ଯବାନ’ରେ ରହିଛି ଜାତୀୟତାବାଦ ଓ ଦେଶର ବିକାଶ ପାଇଁ ଶ୍ରୋତାମାନଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା। ଫିଲ୍ମ ମାଧ୍ୟମରେ ହେଉ ବା ଅନ୍ୟ ବାଟରେ ଯେତେବେଳେ ସୁଯୋଗ ପାଇଛନ୍ତି, ଶାହରୁଖ ଗଭୀର ଦର୍ଶନମୂଳକ ବାର୍ତ୍ତା ଦେଇ ଆସିଛନ୍ତି, ଯେଉଁଥିପାଇଁ ସାମାଜିକ ଗଣମାଧ୍ୟମରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି।

ଗାନ୍ଧୀ ଜୟନ୍ତୀ ଅବସରରେ ଶାହରୁଖ ଗାନ୍ଧୀଙ୍କ ଶିକ୍ଷା ଓ ଦର୍ଶନକୁ ମନେପକାଇଛନ୍ତି। ସେ କହିଛନ୍ତି ଯେ ଗାନ୍ଧୀଙ୍କ ଦର୍ଶନ କାଳଜୟୀ। ସେ ସହାନୁଭୂତି, ଏକତା ଓ ପାରସ୍ପରିକ ଭଲପାଇବା ଉପରେ ଗୁରୁତ୍ବ ଦେଉଥିଲେ। ପ୍ରତିକୂଳ ପରିସ୍ଥିତିରେ ଆଶା ନ ହରାଇବା ପାଇଁ ଗାନ୍ଧୀ ପରାମର୍ଶ ଦେଉଥିଲେ। ଆଜି ତାଙ୍କୁ ମନେପକାଇବା ଓ ତାଙ୍କ ଆଦଶକୁ ଆଗକୁ ବଢ଼ାଇବାର ଆବଶ୍ୟକତା ଅଛି ବୋଲି ଶାହରୁଖ କହିଛନ୍ତି। ଶାହରୁଖଙ୍କ ଏଭଳି ପୋଷ୍ଟ ପରେ ବହୁ ପ୍ରଶଂସକ ତାକୁ ଲାଇକ୍ କରିବା ସହ ହୃଦୟର ଛବି ପୋଷ୍ଟ କରିଛନ୍ତି। ଆଉ କେତେକ ମନେ ପକାଇଦେଇଛନ୍ତି ଯେ, ଆଜି କେବଳ ଗାନ୍ଧୀ ଜୟନ୍ତୀ ନୁହେଁ, ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ମଧ୍ୟ। ଦେଶ ଗଠନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀଙ୍କର ମଧ୍ୟ ଯଥେଷ୍ଟ ଅବଦାନ ରହିଛି। ତେଣୁ ଏହି ଦିନ ଆମେ ଗାନ୍ଧୀଙ୍କୁ ମନେ ପକାଇବା ସହ ଶାସ୍ତ୍ରୀଙ୍କ ଚରିତ୍ର, ଶିକ୍ଷା ଓ ଦର୍ଶନ ଉପରେ ମଧ୍ୟ ଆଲୋକପାତ କରିବା ଉଚିତ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button