ଦେଶ

ହସ୍ପିଟାଲରେ ପୁଣି ୭ ଆଖି ବୁଜିଲେ, ୪୮ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୩୧ – Ibnodisha

[ad_1]

ନୂଆଦିଲ୍ଲୀ: ମରଣ ଯନ୍ତା ପାଲଟିଛି ମହାରାଷ୍ଟ୍ର ନାନ୍ଦେଡ଼ ହସ୍ପିଟାଲ୍ ଓ ମେଡିକାଲ୍ କଲେଜ । ଥମୁନି ରୋଗୀ ମୃତ୍ୟୁ । ପୁଣି ୭ ଜଣଙ୍କ ଜୀବନ ଯାଇଛି ହସ୍ପିଟାଲରେ । ଏହାକୁ ମିଶାଇ ହସ୍ପିଟାଲରେ ମୋଟ ରୋଗୀ ମୃତ୍ୟୁ ସଂଖ୍ୟା ଗତ ୪୮ ଘଣ୍ଟା ମଧ୍ୟରେ ୩୧ରେ ପହଂଚିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୨୪ ଜଣ ଆଖି ବୁଜିଥିଲେ ।
ନାନ୍ଦେଡ଼ର ଶଙ୍କରରାଓ ଚାଭନ ସରକାରୀ ହସ୍ପିଟାଲରେ ୪୮ ଘଣ୍ଟାରେ ୩୧ ଜଣଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ମୃତକଙ୍କ ମଧ୍ୟରେ ୧୭ ନବଜାତ ରହିଥିବା ବେଳେ ୩୧ ବୟସ୍କ ଥିଲେ । ଏବେବି ହସ୍ପିଟାଲରେ ୭୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ହସ୍ପିଟାଲର ଡିନ୍ ଡକ୍ଟର ଶ୍ୟାମା ରାଓ ରୋଗୀ ମୃତ୍ୟୁ ପଛରେ ଚିକିତ୍ସା ଅବହେଳାକୁ ଅଗ୍ରାହ୍ୟ କରିଛନ୍ତି । ସେ ଆହୁରି କହିଛନ୍ତି, ହସ୍ପିଟାଲରେ ଔଷଧ କିମ୍ବା ଡାକ୍ତର ଅଭାବ ନାହିଁ । ଏହା କହି ସେ ରୋଗୀଙ୍କ ଉପରେ ଦୋଷ ଲଦିଛନ୍ତି । କହିଛନ୍ତି, ଉତ୍ତମ ଭାବେ ଯତ୍ନ ନିଆଯିବା ସତ୍ତ୍ୱେ ରୋଗୀ ଚିକିତ୍ସାକୁ ଗ୍ରହଣ କରୁ ନାହାନ୍ତି ।
ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ମେଡିକାଲ୍ ଶିକ୍ଷା ମନ୍ତ୍ରୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button