ଅବଦୁଲ କଲାମଙ୍କ ଏହି ୧୦ ବାଣୀ ଆଣିଦେବ ସଫଳତା – Ibnodisha

[ad_1]
ନୂଆଦିଲ୍ଲୀ: ପ୍ରତିବର୍ଷ ୧୫ ଅକ୍ଟୋବରରେ ସମଗ୍ର ବିଶ୍ୱରେ ‘ବିଶ୍ୱ ଛାତ୍ର ଦିବସ’ ପାଳନ କରାଯାଏ। ଏହି ଦିନ ଭାରତ ରତ୍ନ ଏବଂ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀ ଭାବରେ ପାଳନ କରାଯାଏ। ଛାତ୍ର ତଥା ଶିକ୍ଷା ପ୍ରତି କଲାମଙ୍କ ଉଦ୍ୟମକୁ ସମ୍ମାନ ଜଣାଇବା ପାଇଁ ଭାରତରେ ଜାତୀୟ ସ୍ତରରେ ପ୍ରତିବର୍ଷ ‘ବିଶ୍ୱ ଛାତ୍ର ଦିବସ’ ପାଳନ କରାଯାଏ। କଲାମଙ୍କୁ “ପିପୁଲ୍ସ ରାଷ୍ଟ୍ରପତି” ଭାବରେ ସ୍ମରଣ କରାଯାଏ ଏବଂ ତାଙ୍କ ଜନ୍ମଦିନକୁ ‘ଛାତ୍ର ଦିବସ’ ଭାବରେ ପାଳନ କରାଯାଏ।
ଉଦ୍ଦେଶ୍ୟ:
ଛାତ୍ରମାନେ ଦେଶର ଭବିଷ୍ୟତ, ତେଣୁ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ ଏହି ଦିନ ପାଳନ କରିବା ଏବଂ ଛାତ୍ରମାନଙ୍କ କାର୍ୟ୍ୟକୁ ପ୍ରଶଂସା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ, ଛାତ୍ରମାନଙ୍କୁ ଡକ୍ଟର ଏପିଜେ ଅବଦୁଲ କଲାମ ଏବଂ ତାଙ୍କ ଜୀବନ ସହ ଜଡିତ ପ୍ରେରଣାଦାୟକ କାହାଣୀ ସହିତ ପରିଚିତ କରାଯାଏ ଏବଂ ସେମାନେ ଜୀବନରେ ଆଗକୁ ବଢିବାକୁ ଅନୁପ୍ରାଣିତ ହୁଅନ୍ତି।ଜ୍ଝ ‘ବିଶ୍ୱ ଛାତ୍ର ଦିବସ’ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ଗୁରୁତ୍ୱ ଦେବା ଏବଂ ସମାଜରେ ସେମାନଙ୍କର ମହତ୍ତ୍ୱ କ’ଣ ବୁଝେଇବା।
ଇତିହାସ:
୧୫ ଅକ୍ଟୋବର ୨୦୧୦ରେ, ମିଳିତ ଜାତିସଂଘ ସଂଗଠନ (ଟଘଙ) ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୭୯ତମ ଜନ୍ମଦିନକୁ ‘ବିଶ୍ୱ ଛାତ୍ର ଦିବସ’ ବା ‘ବିଶ୍ୱ ବିଦ୍ୟାର୍ଥୀ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କଲା। ଏହା ପରେ ପ୍ରତିବର୍ଷ ତାଙ୍କର ଜନ୍ମ ବାର୍ଷିକୀକୁ ‘ବିଶ୍ୱ ଛାତ୍ର ଦିବସ’ ଭାବରେ ପାଳନ କରାଯାଏ।
ଏପିଜେ ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ ରେ ତାମିଲନାଡୁର ରାମେଶ୍ୱର ଧନୁଶକୋଡିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ଅବୁଲ ପକିର ଜୈନୁଲାବ୍ଦୀନ୍ ଅବଦୁଲ କଲାମ। ୨୦୦୨ ମସିହାରେ ସେ ଭାରତର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ଏହାପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଓଝଜଙ) ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଊଜଊଙ) ରେ ଏରୋସ୍ପେସ୍ ଇଞ୍ଜିନିୟର ଭାବରେ କାମ କରିଥିଲେ।
[ad_2]