ବିଅର ବୋତଲରେ ଆକ୍ରମଣ, ଅଭିଯୁକ୍ତ ଗିରଫ – Ibnodisha

[ad_1]
ଭୁୁବନେଶ୍ୱର: ଜଣେ ଯୁବକଙ୍କୁ ବିଅର ବୋତଲରେ ଆକ୍ରମଣ କରି ଗୁରୁତର କରିଥିବା ଅଭିଯୋଗରେ ଆଜି ବାରଙ୍ଗ ଥାନା ପୁଲିସ ଦାଢ଼ାପାଟଣା ଗ୍ରାମର ସୋମନାଥ ଗୁରୁ ଓରଫ୍ ସୁକୁଟାକୁ ଗିରଫ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସୁକୁଟାକୁ ଜେଲ୍ ହାଜତକୁ ପଠାଇଦିଆଯାଇଛି। ପୁଲିସ ସୂଚନାନୁସାରେ ଗତକାଲି ସୁକୁଟା ଓ ତାଙ୍କ ଗାଁ ଦାଢ଼ାପାଟଣାର ଶଶିଭୂଷଣ ଓଝା ରେଳ ଫାଟକ ନିକଟରେ ଏକାଠି ହୋଇ ଏକ ପୁରୁଣା ବାଇକ୍ କିଣିବା ନେଇ ଆଲୋଚନା କରୁଥିଲେ। ସୁକୁଟା ୨୦ ହଜାର ଟଙ୍କାରେ ଏକ ପୁରୁଣା ବାଇକ୍ କିଣିବାକୁ ଇଛା କରୁଥିବା ଜାଣିବା ପରେ ଶଶିଭୂଷଣ ଏକ ଗାଡ଼ି ବୁଝିଦେବ ବୋଲି କହିଥିଲା। କିନ୍ତୁ ଏଥିପାଇଁ ସେ ୫ ଶହ ଟଙ୍କା ନେବ ବୋଲି କହିଥିଲା। ମାତ୍ର ସୁକୁଟା ତା ଜରିଆରେ ଗାଡ଼ି କିଣିବ ନାହିଁ ବୋଲି ରୋକ୍ଠୋକ ମନାକରିଥିଲା। ଏହି ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏମିତିକି କଥା ହାତାହାତି ଯାଏଁ ଯାଇଥିଲା। ହଠାତ୍ ସୁକୁଟା ତଳେ ପଡ଼ିଥିବା ଏକ ଭଙ୍ଗା ବିଅର ବୋତଲ ଉଠାଇ ଶଶିଭୂଷଣକୁ ଭୁସିବାକୁ ଲାଗିଥିଲା। ଫଳରେ ଶଶିର ମୁଣ୍ଡ, ମୁହଁ, ବେକ ଆଦି ବହୁ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯିବା ପରେ ବି ସୁକୁଟା ଆକ୍ରମଣ ବନ୍ଦ କରୁନଥିଲା। ଏହା ଦେଖି କିଛି ଲୋକ ଧାଇଁ ଆସି ସୁକୁଟାକୁ କାବୁ କରିଥିଲେ ଏବଂ ଶଶିକୁ ହସ୍ପିଟାଲ୍ ପଠାଇଥିଲେ।
[ad_2]