ରାଜନୀତି

ମୋଦୀ ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିକ୍ଷୋଭ – Ibnodisha

[ad_1]

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ବିଶ୍ନଜିତ ଦାଶଙ୍କ ନେତୃତ୍ୱରେ ମୋଦୀ ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ ବିକ୍ଷୋବ କରାଯାଇଥିଲା । ବିଜେପି ଓ ମୋଦୀ ସରକାରଙ୍କ ପକ୍ଷରୁ ଜନନାୟକ ରାହୁଲ ଗାନ୍ଧୀଙ୍କର ଛବିକୁ ମଳୀନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଯେଉଁ ହୀନ ଉଦ୍ୟମ କରାଯାଇଛି ତାହାକୁ ଭୁବନଶ୍ୱେର ଜିଲ୍ଲା କଂଗ୍ରେସ ଦୃଢ଼ ନିନ୍ଦା କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରଣ କରିବା ଘୃଣା, ହିଂସା ଓ ଇର୍ଷା ରାଜନୀତିର ଉଦାହରଣ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସ କହିଛନ୍ତି । ଭାରତକୁ ଯୋଡ଼ିବା ପାଇଁ, ଭାରତର ବିଭିନ୍ନ ଧର୍ମ, ବର୍ଣ୍ଣ, ଭାଷା, ଜାତି ଓ ଅଂଚଳର ଲୋକଙ୍କୁ ଭାରତୀୟତାର ସଂପର୍କରେ ଯୋଡ଼ି ରଖିବା ପାଇଁ ରାହୁଲ ଗାନ୍ଧୀ ଯେଉଁ ଭାରତ ଯୋଡ଼ କରିଥିଲେ ତାହା ଐତିହାସିକ ଓ ଭାରତର ଏକତା ଓ ଅଖଣ୍ଡତା ପାଇଁ ଅଭିପ୍ରେତ । ରାହୁଲ ଗାନ୍ଧୀଙ୍କର ଜନପ୍ରିୟତା ଏବଂ ସାଧାରଣ ଲୋକ ରାହୁଲ ଗାନ୍ଧୀଙ୍କୁ ଦେଉଥିବା ସ୍ନେହ, ଶ୍ରଦ୍ଧା ଓ ପ୍ରେମ ଉପରେ ଇର୍ଷାନ୍ୱିତ ହୋଇ ବିଜେପି ଦଳ ପକ୍ଷରୁ ଏଭଳି ହୀନ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ସହଯୋଗୀ ଅମୀତ ସାହା, ରାଜନାଥ ସିଂ, ନିର୍ମଳା ସୀତାରମଣ, ସ୍ମୃତିଇରାନୀ, ପ୍ରଜ୍ଞା ଠାକୁର, ସାକ୍ଷୀ ମହାରାଜ, ଅନୁରାଗ ଠାକୁର ପ୍ରଭୂତି ୧୦ ଜଣଙ୍କର ମୁଣ୍ଡର ଚିତ୍ର ସହ ଏକ କୁଶପୁତଳୀକା ଦାହ କରାଯାଇଛି ।

ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ଠାରୁ ଶ୍ରୀ ଦାସଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ଘଂଟା କାଳ ରାସ୍ତା ଅବରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମଧ୍ୟ ଭୁବନେଶ୍ୱର ପ୍ରଭାରୀ ତଥା ପିସିସି ସମ୍ପାଦକ ଶ୍ରୀ ଅଜୟ ସାହୁ୍‌ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ମନୋରଞ୍ଜନ ଦାସ, ୟାସିର ନୱାଜ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ସତ୍ୟବ୍ରତ ନାୟକ, ମୋହନ ଜେନା, ମହମ୍ମଦ ସାହାନୱାଜ, ଦୀପକ ମହାପାତ୍ର, ପ୍ରଶାନ୍ତ ଚମ୍ପତି, ଅକ୍ଷୟ ଦାସ, ପ୍ରସନ୍ନ ନାୟକ, ପ୍ରଭାତ ପ୍ରତାପ ସିଂ, ରଞ୍ଜିତ ପାତ୍ର, ରାଜକିଶୋର ବାରିକ, ଜୟକୃଷ୍ଣ ସୁବୁଧି, ସୌମ୍ୟନ୍ଦ୍ର ମହାନ୍ତି, ରଶ୍ମି ମହାପାତ୍ର, ସୁଭଦ୍ରା ମିଶ୍ର, ଜୟଶ୍ରୀ ପାତ୍ର, ଶ୍ରୀୟା ପଣ୍ଡା, ମାମିନା ବେହେରା, ପୁଷ୍ପିତା ଦାସ, କୁଶୁମ ପ୍ରଧାନ, ଦୀପ୍ତିରାଣୀ ପ୍ରଧାନ, ବୈଶାଳି ପାତ୍ର, ରୀନା ସାହୁ, ମମତା ସେନାପତି, ସୁରମା ଦାସ, ଜୀ କେଶବ ଦାସ, ଅଶୋକ ଜେନା, ହେମନ୍ତ ଦାସ, ସୁରଜ ରାଉତ, ଧିରେନ୍ଦ୍ର ସାହୁ, ସୁଧାଂଶୁ ମହାନ୍ତି, ଜ୍ୟୋତିଶ ସାହୁ, ସମୀର ରାଉତ, ମନୋରଂଜନ ରାଉତରାୟ, ତାପସ ସେଠୀ, ସ୍ପନ୍ଦନ ସ୍ୱାଇଁ, ସଂକୁନା କଅଁର, ପ୍ରଦୀପ ନନ୍ଦ, ସୁବାସ ପ୍ରଧାନ, ପ୍ରତାପ ପ୍ରଧାନ, ଦେବାଶିଷ ଦାସ, ସେକ୍ ତାକ୍ୱିମ୍‌, ରାଜା ରାଓ, ଏମ୍‌ଡ଼ି ସାହାଦୁଲ୍ଲା, ଦେବୀ ପ୍ରସାଦ ବାହାଲିଆ, ଉମେଶ ଦାସ, ଖଗେଶ୍ୱର ମଲ୍ଲିକ, ଗଦାଧର ନନ୍ଦ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button