ଦେଶ

ପୁଣି ପଡ଼ିଆକୁ ପଶିଗଲା ‘ଜାର୍ଭୋ ୬୯’, ଆଇସିସି ଲଗାଇଲା ଆଜୀବନ କଟକଣା, କିଏ ଏହି ବ୍ୟକ୍ତି ? – Ibnodisha

[ad_1]

ଚେନ୍ନାଇ :  ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିବା ବେଳେ ‘ଜାର୍ଭୋ ୬୯’  ନାମକ ବ୍ୟକ୍ତି ପଡ଼ିଆକୁ ଓହ୍ଲାଇଥିଲା । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଏହି ବ୍ୟକ୍ତି ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲା । ତେବେ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀମାନେ ତାକୁ ପଡ଼ିଆ ବାହାରକୁ ନେଇଯାଇଥିଲେ। ଏହି ସମୟରେ ବିରାଟ କୋହଲି ଜାର୍ଭୋଙ୍କୁ ବୁଝାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ବିରାଟଙ୍କ ଆଚରଣରୁ ସ୍ପଷ୍ଟ ଜଣାପଡୁଥିଲା ଯେ ସେ  ତାକୁ ଆଉ କୌଣସି ମ୍ୟାଚରେ ପ୍ରବେଶ ନ କରିବାକୁ ତାକୁ ପରାମର୍ଶ ଦେଉଛନ୍ତି । ଏହି ଘଟଣା ପରେ ଆଇସିସି ତାକୁ କୌଣସି ବିଶ୍ବକପ ମ୍ୟାଚରେ ଷ୍ଟାଡିୟମ ପ୍ରବେଶ ଉପରେ କଟକଣା ଲଗାଇଦେଇଛି ।

ତେବେ କିଏ ଏହି ବ୍ୟକ୍ତି ଜାର୍ଭୋ ୬୯ ? ଏହି ବ୍ୟକ୍ତିର ପ୍ରକୃତ ନାଁ ହେଉଛି ଡାନିଏଲ୍ ଜାର୍ଭିସ୍ ଓ ସେ ଜଣେ କ୍ରିକେଟ୍ ପ୍ରାଙ୍କଷ୍ଟର ଅର୍ଥାତ କ୍ରିକେଟକୁ ନେଇ ବିଭିନ୍ନ ପ୍ରକାରର ମଜାଳିଆ କାଣ୍ଡ କରୁଥିବା ବ୍ୟକ୍ତି । ସେ ବିଶେଷକରି ଭାରତୀୟ ଦଳର ମ୍ୟାଚ ଚାଲିଥିବାବେଳେ ଏପରି କାଣ୍ଡ କରିଥାଏ । ୨୦୨୧ରେ ଭାରତର ଇଂଲଣ୍ଡ ଗସ୍ତ ସମୟରେ ସେ ଲଗାତାର ତିନୋଟି ଟେଷ୍ଟ ମ୍ୟାଚ୍ ରେ ପଡ଼ିଆକୁ ଓହ୍ଲାଇଥିଲେ। ପରେ ଇଂଲଣ୍ଡ କ୍ରିକେଟବୋର୍ଡ ତାଙ୍କୁ କୌଣସି ଇଂଲଣ୍ଡ ଷ୍ଟାଡିମୟରେ ପ୍ରବେଶ ଉପରେ ଆଜୀବନ କଟକଣା ଲଗାଇଥିଲା । ଏବେ ଆଇସିସିର କଟକଣା ପରେ ତାପାଇଁ କୌଣସି ବିଶ୍ବକପ୍ ମ୍ୟାଚରେ ପ୍ରବେଶ କଟକଣା ଲଗାଯାଇଛି ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button