ମନୋରଞ୍ଜନ

ଗୁଟ୍‌ଖା ବିଜ୍ଞାପନକୁ ନେଇ ଲୋକେ ତାତିବା ପରେ ମୁହଁ ଖୋଲିଲେ ଖିଲାଡି ବୟ – Ibnodisha

[ad_1]

ମୁମ୍ବାଇ: ଅକ୍ଷୟ କୁମାର ପୁଣି ଥ‌ରେ ଲୋକଙ୍କ ସମାଲୋଚନାର ପାତ୍ର ହୋଇଛନ୍ତି। ପୂର୍ବରୁ ତମାଖୁ ବିଜ୍ଞାପନ କରି ସମାଲୋଚିତ ହୋଇ କ୍ଷମା ମାଗିବା ପରେ ଏବେ ପୁଣି ସେହି ବିଜ୍ଞାପନ କରି ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଅକ୍ଷୟଙ୍କ ଫିଲ୍ମ ‘ମିସନ୍‌ ରାନିଗଞ୍ଜ’ ଗୋଟାଏ ପଟରେ ସିନେମା ହଲ୍‌ରେ ମାନ୍ଦା ଚାଲିଥିବା ବେଳେ ଏପଟେ ପୁଣି ବିବାଦରେ ଛନ୍ଦି ‌ହୋଇଛନ୍ତି ଖିଲାଡି ବୟ। ଅକ୍ଷୟଙ୍କୁ ଲୋକେ ସମାଲୋଚନା କରୁଥିବା ବେଳେ ନିଜର ନୀରବତା ଭଙ୍ଗ କରିଛନ୍ତି ଖିଲାଡି ବୟ।

ସେ କହିଛନ୍ତି କି, ‘‘ଏହି ବିଜ୍ଞାପନ ୨୦୨୧ ମସିହାରେ ସୁଟ୍‌ ହୋଇଥିଲା। କମ୍ପାନି ନିୟମ ଅନୁସାରେ ସୁଟ୍‌ ହେବାର ନିର୍ଦ୍ଦିଷ୍ଟ କିଛି ମାସ ପର୍ଯ୍ୟନ୍ତ ତାହାକୁ ଦେଖାଇ ପାରିବେ। ଧୖର୍ଯ୍ୟେ ଧରନ୍ତୁ, ଆଗକୁ ସେ ବିଜ୍ଞାପନ ଦିଶିବ ନାହିଁ।

ନିକଟରେ ଭାଇରାଲ୍‌ ହୋଇଥିବା ବିଜ୍ଞାପନ ଭିଡିଓରେ ଶାହରୁଖ୍‌, ଅଜୟ ଓ ଅକ୍ଷୟଙ୍କ ସହ ବିଗବସ୍‌ ଫେମ୍‌ ସୌନ୍ଦର୍ଯ୍ୟା ଶର୍ମା ବି ନଜର ଆସିଛନ୍ତି। ଦେଖିବାକୁ ମିଳିଛି ଯେ ଶାହରୁଖ୍‌ ଓ ଅଜୟ ଗାଡ଼ିରେ ବସି ଘର ବାହାରେ ଅକ୍ଷୟଙ୍କ ଅପେକ୍ଷା କରିଛନ୍ତି। ସେମାନେ ବାରମ୍ବାର ଡାକିବା ପରେ ବି ଅକ୍ଷୟ ଉପରୁ ତଳକୁ ଆସୁନାହାନ୍ତି। ତା’ପରେ ଅଜୟ ଏକ ବଲ୍‌ ଫିଙ୍ଗୁଛନ୍ତି ତାଙ୍କ ଝରକାକୁ। ବାଲକୋନିକୁ ଆସୁଛନ୍ତି ସୌନ୍ଦର୍ଯ୍ୟା। କାନରେ ହେଡ୍‌ଫୋନ୍‌ ଦେଇଥିବା କାରଣରୁ ଅକ୍ଷୟ ଶୁଣିପାରୁନାହାନ୍ତି। ତା’ପରେ ଅଜୟ ଗୁଟ୍‌ଖା ପ୍ୟାକେଟ୍‌ ଚିରି ପାଟିରେ ପକାଇବା ମାତ୍ରକେ ବାସ୍ନାରେ ବାହାରକୁ ପଳାଇ ଆସୁଛନ୍ତି ଅକ୍ଷୟ।

ଏହି ବିଜ୍ଞାପନକୁ ଲୋକେ ଭାରି ନାପସନ୍ଦ କରିଛନ୍ତି। ଥରେ ଗୁଟ୍‌ଖା ବିଜ୍ଞାପନ କରି ସମାଲୋଚିତ ହୋଇ ଲୋକଙ୍କୁ କ୍ଷମା ମାଗିଥିଲେ। ଆଉ ଏପରି ବିଜ୍ଞାପନ କରିବେନି ବୋଲି ପ୍ରତିଶ୍ରୁତି ବି ଦେଇଥିଲେ। ହେଲେ ଏପରି ପୁଣି କିପରି କଲେ ବୋଲି ପ୍ରଶଂସକ ପ୍ରଶ୍ନ କରିବା ପରେ ଉତ୍ତର ରଖିଛନ୍ତି ଖିଲାଡ଼ି ବୟ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button