ରୋହିତ ଓ ଇଶାନ୍ଙ୍କ ନାଁରେ ଅନ୍ୱାଣ୍ଟେଡ ରେକର୍ଡ – Ibnodisha
[ad_1]
ଚେନ୍ନାଇ : ୧୯୮୩ ମସିହା ପରେ ପ୍ରଥମ ଥର ପାଇଁ ରୋହିତ ଶର୍ମା, ଇଶାନ କିଷାନ ଅନୱାଣ୍ଟେଡ୍ ବିଶ୍ୱକପ୍ କ୍ରିକେଟ୍ ରେକର୍ଡ ହାସଲ କରିଛନ୍ତି । ଭାରତ ବିଶ୍ୱକପ୍ ୨୦୨୩ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ମ୍ୟାଚ୍ରେ ଅଧିନାୟକ ଓପନର ରୋହିତ ଶର୍ମା, ଇଶାନ କିଷାନ ଓ ଶ୍ରେୟସ ଆୟର କୌଣସି ରନ୍ ନକରି ନିଜ ନିଜ ୱିକେଟ୍ ହରାଇଥିଲେ । କ୍ରିକେଟ୍ ବିଶ୍ୱକପ୍ ଇତିହାସରେ ଏହା ଦ୍ୱିତୀୟ ଘଟଣା ଥିଲା । ଗୋଟିଏ ମ୍ୟାଚରେ ଭାରତର ଦୁଇ ଓପନର୍ ଶୂନରେ ଆଉଟ୍ ହୋଇଥିଲେ । କିଷାନ ଓ ରୋହିତଙ୍କ ପୂର୍ବରୁ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଓ ସୁନୀଲ ଗାଭାସ୍କର ୧୯୮୩ ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ ଏହି ରେକର୍ଡ କରିଥିଲେ । ଏହି ମ୍ୟାଚ୍ରେ ସେତେବେଳର ଅଧିନାୟକ କପିଳ ଦେବ ୧୭୫ ରନ୍ ସଂଗ୍ରହ କରି ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିଥିଲେ । ଏପରିକି ଏହି ସଂସ୍କରଣରେ ଭାରତ ପ୍ରଥମଥର ପାଇଁ ବିଶ୍ୱଚାମ୍ପିଅନ୍ ହୋଇଥିଲା । ଦୁଇ ବ୍ୟାଟର ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୦୦ ରନର ବିଜୟ ଲକ୍ଷ୍ୟକୁ ପାର କରିଥିଲା । ଚତୁର୍ଥ ୱିକେଟ୍ ପାଇଁ କୋହଲି ଓ ରାହୁଲଙ୍କ ୧୬୫ ରନର ଭାଗୀଦାରି ବଳରେ ଭାରତ ୪୧.୨ ଓଭରରେ ବିଜୟୀ ହୋଇଥିଲା ।
[ad_2]