ଦେଶ

ଘରେ ମାତାପିତା ନଥିବା ବେଳେ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ; ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ…. – Ibnodisha

[ad_1]

ଲକ୍ଷ୍ନୌ: ଘରେ ମାତାପିତା ନଥିବା ବେଳେ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ । ଏହି ସମୟରେ ଘରେ ଥିବା ୨ଭଉଣୀ ଦେଖିଦେବାରୁ ଅଭିଯୁକ୍ତ ଯୁବତୀ ସେମାନଙ୍କ ମୁଣ୍ଡ କାଟିଦେଇଥିବା ଜଣାପଡ଼ିଛି । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଏଟାୱାରେ । ମୃତକଙ୍କ ନାମ ସୁରଭି ପାଲ(୬) ଓ ରୋଶନୀ ପାଲ(୪) ବୋଲି ଚିହ୍ନଟ କରାଯାଇଛି । ଘଟଣାଟି ରବିବାର ରାତି ୮ଟାରେ ଘଟିଥିବା ବେଳେ ଏବେ ଅଭିଯୁକ୍ତ ଅଞ୍ଜଳି ପାଲ ନିଜର ଅପରାଧ ସ୍ୱୀକାର କରିଛନ୍ତି । କୁହାଯାଉଛି ଯେ, ଅଞ୍ଜଳିଙ୍କ ବାପା ଜୟବୀର ଓ ମା’ ସୁଶୀଳା ନିଜ ୨ପୁଅ ନନ୍ଦ କିଶୋର ଓ କହ୍ନେ?ୟାଙ୍କୁ ନେଇ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଘରେ ଥିଲେ ଅଞ୍ଜଳି, ସୁରଭି ପାଲ୍‌(୬) ଓ ରୋଶନୀ ପାଲ୍ ।

ସୁରଭି ଓ ରୋଶନୀ ଛୋଟ ଥିବାରୁ ଜାଣି ପାରିବେ ନାହିଁ ବୋଲି ଭାବି ଅଞ୍ଜଳି ନିଜ ପ୍ରେମିକଙ୍କୁ ଘରକୁ ଡାକିଥିଲେ । ପ୍ରେମିକ ଘରକୁ ଆସିବା ପରେ ଅଞ୍ଜଳି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ସୁରଭି ଓ ରୋଶନୀ ତାଙ୍କୁ ଦେଖି ଦେଇଥିଲେ । ଅଞ୍ଜଳିଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ମାତାପିତାଙ୍କୁ ଜଣାଇଦେବେ ବୋଲି ଭାବି ଅଞ୍ଜଳି ନିଜ ପ୍ରେମିକଙ୍କ ସହ ମିଶି ୨ଭଉଣୀଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି । ପୁଲିସର କହିବା ମୁତାବକ, ୨ଭଉଣୀଙ୍କ ମୁଣ୍ଡ କାଟି ଗୋଟିଏ ରୁମରେ ପକାଇବା ସହ କଟା ଶରୀର ଅନ୍ୟ ଏକ ରୁମରେ ରଖିଥିଲେ ଅଞ୍ଜଳି । ଏହା ପରେ ସେ ଘର ବାହାରକୁ ଚାଲିଯାଇଥିଲେ । ପରିବାର ଲୋକ ଆସିବାରୁ ବାହାର ଲୋକ କେହି ଏଭଳି କରିଥିବା କହିଥିଲେ ଅଞ୍ଜଳି । ହେଲେ ପୁଲିସ ପଚରାଉଚରା କରିବା ପରେ ସେ ନିଜର ଦୋଷ ସ୍ୱୀକାର କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button