ରାଜ୍ୟ

କୁଳପତିଙ୍କ ଛୁଟି ଉପରେ କଟକଣା;୧୦ ଦିନ ଆଗରୁ କରିବେ ଆବେଦନ – Ibnodisha

[ad_1]

ଭୁୁବନେଶ୍ୱର: ଏଣିକି ମନ ଇଛା ଛୁଟି ନେଇପାରିବେନି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି। କୁଳାଧିପତିଙ୍କ ବିନା ଅନୁମତିରେ ସେମାନେ ଛୁଟି ନେଇପାରିବେନି କିମ୍ବା ମୁଖ୍ୟାଳୟ ଛାଡିପାରିବେ ନାହିଁ। ଏ ନେଇ ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ଚିଠି କରାଯାଇଛି।
ଚିଠିରେ ଉଲ୍ଲେଖ ରହିଛି ଯେ, ଯଦି କୁଳପତି ଛୁଟି ନେବାକୁ ଚାହିଁବେ ତେବେ ୧୦ ଦିନ ଆଗରୁ କୁଳାଧିପତିଙ୍କୁ ଦରଖାସ୍ତ କରିବେ। ଆଉ ଯଦି
ଦେଶ ବାହାରକୁ ବୁଲିବାକୁ ଗଲେ ୩୦ ଦିନ ଆଗରୁ ଦରଖାସ୍ତ ମାଧ୍ୟମରେ ଜଣେଇବେ। ଅଫିସ କାର୍ୟ୍ୟରେ ଛୁଟିରେ ଯାଇ ବ୍ୟକ୍ତିଗତ ଛୁଟିକୁ ପରିବର୍ତ୍ତିତ କରିପାରିବେ ନାହିଁ।
ବ୍ୟକ୍ତିଗତ ଛୁଟିରେ ବିଶ୍ୱବିଦ୍ୟାଳୟ ଅର୍ଥକୁ ଖର୍ଚ୍ଚ କରି ପାରିବେ ନାହିଁ। କୁଳାଧିପତିଙ୍କ ବିନା ଅନୁମତିରେ ଗଲେ ଛୁଟିକୁ ଗ୍ରହଣ କରାଯିବ ନାହିଁ।। କିନ୍ତୁ ଜରୁରୀ କାଳୀନ ସ୍ଥିତିରେ ଯାଇପାରିବେ। ଏହି ନିୟମ ପୂର୍ବରୁ ଲାଗୁ ହୋଇଥିଲା। ହେଲେ ନିୟମରେ ଅବମାନନା କରିବା ଯୋଗୁ କୁଳପତି ମାନଙ୍କୁ ପୁଣିଥରେ ଚିଠି କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button