ଦେଶ

୧୨୮ ବର୍ଷ ଇତିହାସରେ ପରିବର୍ତ୍ତନ, ୨୦୨୮ ଲସ୍ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ – Ibnodisha

[ad_1]

ନୂଆଦିଲ୍ଲୀ: ଦୀର୍ଘ ଦିନ ବ୍ୟବଧାନ ପରେ ଅଲମ୍ପିକ୍ସ ଗେମରେ ଅନ୍ତର୍ଭୁକ୍ତ ହୋଇଛି କ୍ରିକେଟ । ଏଭଳି ନିଷ୍ପତି ନେଇଛନ୍ତି ଆଇଓସି ସଭାପତି ।ଯାହାକି ୧୨୮ ବର୍ଷର ଇତିହାସରେ ଏହା ପ୍ରଥମ । ଏନେଇ ଆଇଓସିଏଲ ପକ୍ଷରୁ ସୂଚନା ମିଳିଛି ।

ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଶୁକ୍ରବାର ଦିନ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ରିକେଟ୍ ଅନୁମୋଦନ କରିଛି। ଆଇଓସି ସଭାପତି ଥୋମାସ ବାକ ଏହା ଘୋଷଣା କରିଛନ୍ତି। ଥୋମାସ ବାଚ ଗୁରୁବାର ମୁମ୍ବାଇରେ କାର୍ୟ୍ୟନିର୍ବାହୀ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ସମୟରେ ସେ ଏହି ବଡ ଘୋଷଣା କରିଥିଲେ।
୧୯୦୦ ଅଲିମ୍ପିକ୍ସରେ କ୍ରିକେଟ୍ ଥିଲା ।
ଆଇଓସି କ୍ରୀଡା ନିର୍ଦ୍ଦେଶକ କିଟ୍ ମ୍ୟାକକନେଲ କହିଛନ୍ତି, ‘ଲସ୍ ଆଞ୍ଜେଲସ୍ କମିଟି ୫ ଟି କ୍ରୀଡା ପ୍ରସ୍ତାବ ଦେଇଥିଲା ଯାହା ଅଲିମ୍ପିକ୍ସର ଅଂଶ । ଯେଉଁଥିରେ କ୍ରିକେଟ କ୍ରିକେଟ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଏହି ୫ଟି ଖେଳ ହେଉଛି ବେସବଲ୍, ସଫଟବଲ, ଫ୍ଲାଗ୍ ଫୁଟବଲ୍,ସ୍କ୍ବାସ, ଲାକ୍ରୋଜ୍ ଓ କ୍ରିକେଟ୍ । ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏସବୁ କ୍ରୀଡ଼ା ସାମିଲ ହେବା ପରେ ଅଲମ୍ପିକ ଆନ୍ଦୋଳନ ଆମେରିକା ଓ ବିଶ୍ବର ନୂଆ ଆଥଲେଟ୍ ଓ ପ୍ରସଂଶକଙ୍କ ନିକଟରେ ପହଞ୍ଚିବ । ଲସ୍ ଆଞ୍ଜେଲସ୍ – ୨୦୨୮ ଅଲିମ୍ପିକ୍ସର ଆୟୋଜକମାନେ ୧୨୮ ବର୍ଷ ଅପେକ୍ଷା ପରେ କ୍ରିକେଟ୍ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ । କ୍ରିକେଟ୍ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସାମିଲ ହୋଇସାରିଛି ।
୪୦ ବର୍ଷ ପରେ ଭାରତରେ ଆଇଓସି ଅଧିବେଶନ ।
ଅକ୍ଟୋବର ୯ ରେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏକ ସରକାରୀ ବିବୃତ୍ତି ଜାରି କରି ଗ୍ରୀଷ୍ମ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ସମୟରେ, କୁହାଯାଇଥିଲା ଯେ ଦୁଇ ବର୍ଷ ମଧ୍ୟରେ ଆଇସିସି ଲସ୍ ଆଞ୍ଜେଲସ୍ -୨୦୨୮ କମିଟି ସହିତ କାର୍ୟ୍ୟ କରିଛି। ତେବେ ୪୦ ବର୍ଷର ବ୍ୟବଧାନ ପରେ ଭାରତ ଆଇଓସି ଅଧିବେଶନ ଆୟୋଜନ କରୁଛି ।

 

 

 

 

 

 

 

 

 

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button