ରାସ୍ତା ମଝିରେ ପ୍ରେମିକାଙ୍କୁ ଛୁରୀ ଭୁସିଲା ପ୍ରେମିକ – Ibnodisha

[ad_1]
ନୂଆଦିଲ୍ଲୀ: ଗୁରୁବାର ସକାଳେ ଦକ୍ଷିଣ ଦିଲ୍ଲୀର ଲାଡୋ ସରାୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ୨୩ ବର୍ଷ ବୟସ୍କା ଜଣେ ଯୁବତୀଙ୍କୁ ୧୩ ଥର ଛୁରୀ ଭୁସିଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କୁ ଏବେ ଗୁରୁତର ଅବସ୍ଥାରେ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ମୁଣ୍ଡ ଓ ବେକ ସମେତ ଶରୀରର ଅନେକ ସ୍ଥାନରେ ଛୁରୀରେ ଆଘାତ କରାଯିବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଅଭିଯୁକ୍ତ ଗୌରଭକୁ ସ୍ଥାନୀୟ ଲୋକଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି । ଜାଣିବାକୁ ମିଳିଛି ଯେ ଉଭୟ ପୀଡ଼ିତା ଓ ଅଭିଯୁକ୍ତ ଗତ ଦୁଇ ବର୍ଷ ଧରି ବନ୍ଧୁ ଥିଲେ କିନ୍ତୁ ଯୁବତୀ ଜଣକ ଅଚାନକ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ ।
କୁହାଯାଉଛି ଯେ ଅଭିଯୁକ୍ତ ଯୁବକ ଏଥିରେ ରାଗିଯାଇ ଯୁବତୀଙ୍କ ଉପରେ ପ୍ରତିଶୋଧ ନେବାକୁ ଚିନ୍ତା କରି ଏପରି କରିଛନ୍ତି । ପୀଡ଼ିତା ପ୍ରାଚିଙ୍କ ସହ ଗୌରଭ ଏହା ପୂର୍ବରୁ ୧୦-୧୨ ଦିନ ଜଣେ କଥା ହୋଇଥିଲେ । ତାହାପରେ ସେ ବାରମ୍ବାର ପ୍ରାଚିଙ୍କ ସହ କଥା ହେବାକୁ ଉଦ୍ୟମ କରୁଥିଲେ ବି ପ୍ରାଚି ଗୌରଭଙ୍କୁ ଅଣାଦେଖା କରି ଆସୁଥିଲେ । ଉଭୟ ଗୌରଭ ଓ ପ୍ରାଚି ଗୋଟାଏ ସ୍ଥାନରେ କାମ କରୁଥିଲେ । ଦିନେ ଗୌରଭ ବାଟରେ ପ୍ରାଚିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଛାଡ଼ିବାକୁ ଜିଦି କଲେ । ପ୍ରାଚି ନମାନିବାରୁ ସେ ତାଙ୍କ ଫୋନ୍ ଛଡ଼ାଇବାକୁ ଲାଗିଲେ । ପ୍ରାଚି ରାଗରେ ଚୋର ଚୋର ବୋଲି ପାଟି କରି ଏକ ଅଟୋରେ ବସିଗଲେ । ଗୌରଭ ବି ଜବରଦସ୍ତ ତାଙ୍କ ପଛେ ପଛେ ଯାଇ ଶେଷରେ ତାଙ୍କୁ ଛୁରୀ ଭୁସିଥିଲେ । ସେ ତାଙ୍କୁ ପ୍ରାୟ ୧୩ ଥର ଛୁରୀରେ ଭୁସିଥିବା ଅଭିଯୋଗ ହୋଇଛି ।
[ad_2]