ଅପରାଧ

ହାତୀ ଦାନ୍ତ କିଣାବିକା ବେଳେ ତାଳବଣିଆ ପୋଲିସର ଚଢାଉ : ୩ ଗିରଫ – Ibnodisha

[ad_1]

ପୁରୀ : ପୁରୀରେ ହାତୀ ଦାନ୍ତ କିଣାବିକା ବେଳେ ପୋଲିସ ଚଢାଉ କରିଛି  । ଫଳରେ ହାତୀ ଦାନ୍ତ ଜବତ ହୋଇଥିବାବେଳେ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୂତାବକ ପୁରୀ ସେଣ୍ଟ୍ରାଲ ସ୍କୁଲ ପଛପଟେ ହାତୀ ଦାନ୍ତ କିଣାବିକାଚାଲିଥିବାବେଳେ ତାଳବଣିଆ ଥାନା ପୋଲିସ ଚଢାଉ କରି ୪୪୨ ଗ୍ରାମର ଦୁଇ ଖଣ୍ଡ ହାତୀ ଦାନ୍ତ ଜବତ କରିଛି ।  ହାତୀ ଦାନ୍ତ ସହ ଗୋଟିଏ ବାଇକ୍ ମଧ୍ୟ ଜବତ ହୋଇଛି । ଘଟଣାରେ ବାପା,ପୁଅ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ  ଟାଉନ ଥାନା ଅନ୍ତର୍ଗତ ସୁଆର ସାହିର ରାହୁଲ ସିଂହ ,ଦୀପକ କୁମାର ଅଗ୍ରୱାଲ ଓ ତାଙ୍କ ବାପା ଶ୍ୟାମସୁନ୍ଦର ଲାଲ୍ ବୋଲି ଜଣାପଡିଛି । ପୋଲିସ ଘଟଣାରେ ଏକ ମାମଲା ରୁଜ୍ଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button